www.samajalive.in
Monday, December 15, 2025
26.1 C
Bhubaneswar

ଇଡି ପଞ୍ଝାରେ ରାଜ କୁନ୍ଦ୍ରା, ଘର ଓ କାର୍ଯ୍ୟାଳୟରେ ଚଢାଉ

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌ ଆପ୍‌ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ୍ ପ୍ରସ୍ତୁତି ଏବଂ ପ୍ରସାରଣ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି। ସୂଚନା ଅନୁଯାୟୀ, ଶୁକ୍ରବାର ଇଡି ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ କେତେକଙ୍କ ଘରେ ମଧ୍ୟ ଚଢାଉ କରିଛି। ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ତଲାସୀ ଚାଲିଛି। ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ବିତରଣରେ ସନ୍ଦିଗ୍ଧଙ୍କ ଭୂମିକା ସମ୍ବନ୍ଧରେ ଏହି ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ୨୦୨୧ ମସିହା ଜୁନ୍ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ମୁକୁଳିଥିଲେ।

- Advertisement -

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories