www.samajalive.in
Sunday, December 7, 2025
13.1 C
Bhubaneswar

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: ବସୁଧା ପାଇଁ ବୃକ୍ଷଟିଏ’’ ର ବାର୍ତ୍ତା ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ସ୍ଥିତ ସରକାରୀ ପଲିଟେକ୍‌‌ନିକ୍‌‌ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଜଜ୍‌‌ ସତ୍ୟପୀର ମିଶ୍ରଙ୍କ କରକମଳରେ ଧୂପ ଦୀପ ସହିତ ଶୁଭ ନାରିକେଳ ଅର୍ପଣ ସହିତ ମନ୍ତ୍ରପାଠ ପୂର୍ବକ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏହି ବନ ମହୋତ୍ସବ ପାଳନ ଅବସରରେ ଶିଶୁ, ନିମ୍ବ, ଅଅଁଳା. ଜାମୁ, କରଞ୍ଜ ଭଳି ଶତାଧିକ ଔଷଧୀୟ ବୃକ୍ଷ ରୋପଣ କରି ଉତ୍ସବକୁ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସର ସହିତ ପାଳନ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲା ତଥା ସେସନ୍‌‌ ଜଜ୍‌‌ ସତ୍ୟପୀର ମିଶ୍ର,ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ସମର ବିଳାସ ବେହେରା, ଫୁଲବାଣୀ ଫ୍ୟାମିଲି କୋର୍ଟର ବିଚାରପତି ଦେବଦତ୍ତ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲା ସେସନ୍‌‌ ବିଚାରପତି ମୁନରାଣୀ ମିଶ୍ର, ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ବିଚାରପତି ରାଜେଶ ଦାଶ, ଫାଷ୍ଟ ଟ୍ରାକ୍‌‌ କୋର୍ଟର ଅତିରିକ୍ତ ଜିଲ୍ଲା ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଦୋଳ ଗୋବିନ୍ଦ ବାରିକ, ମୁଖ୍ୟ ଜୁଡିସିଆଲ୍‌‌ ମାଜିଷ୍ଟ୍ରେଟ୍‌‌ ବନାଳୀ ତ୍ରିପାଠୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର ନିତିଶା ଚନ୍ଦକ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅନୁଶୀଳା ରାୟ, ମହିଳା କୋର୍ଟର ଆସିଷ୍ଟାଣ୍ଟ ସେସନ୍‌‌ ବିଚାରପତି ବିଶ୍ୱକଲ୍ୟାଣୀ ମିଶ୍ର, ଏସ୍‌‌.ଡି.ଜେ.ଏମ୍‌‌. ସୌମ୍ୟା ସୋନାଲିକା, ପ୍ରୋବେସନ୍‌‌ ସିଭିଲ୍‌‌ ବିଚାରପତି ଲୋପାମୁଦ୍ରା ଆଚାର୍ଯ୍ୟ ଏବଂ ବଦ୍ରିନାଥ ବିଶ୍ୱାଳ, ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଫୁଲବାଣୀ ସରକାରୀ ପଲିଟେକ୍‌‌ନିକ୍‌‌ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଏସ୍‌‌.ଡି.ପି.ଓ. ସୁପ୍ରଶନ୍ନ କୁମାର ମଲ୍ଲିକ, ଫୁଲବାଣୀ ବାର୍‌‌ ଆସୋସିଏସନ୍‌‌ର ସଭାପତି ନିରୋଦ ପାତ୍ର, ଅଇନ ସେବା ଡିଫେନ୍ସ କାଉନ୍ସିଲ ଜୟନ୍ତୀ ପାଣିଗ୍ରାହୀ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ରିଟେନର୍‌‌ ପ୍ରଦ୍ୟୁମ୍ନ ଚନ୍ଦ୍ର ପ୍ରଧାନ, ବନ ବିଭାଗର କର୍ମଚାରୀ, ଜିଲ୍ଲା କୋର୍ଟର କର୍ମକତ୍ତା, ଛାତ୍ରଛାତ୍ରୀଙ୍କ ସମେତ ସରକାରୀ ପଲିଟେକ୍‌‌ନିକ୍‌‌ର କର୍ମକର୍ତ୍ତା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଏହି ବନ ମହୋତ୍ସବରେ ସାମିଲ ହୋଇ ଉତ୍ସାହର ସହିତ ବୃକ୍ଷ ରୋପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories