କଟକ: ରୋଟାରୀ କ୍ଲବ କଟକ ମହାନଦୀର ଦଶମ ଅଧିଷ୍ଠାନ ଉତ୍ସବ ସୋଆ ବିଶ୍ଵବିଦ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ବିଦାୟୀ ସଭାପତି ରୋଟାରିଆନ ନଟବର ପଣ୍ଡା ଓ ସମ୍ପାଦକ ରୋଟାରିଆନ୍ ସଂଯୁକ୍ତା ପାତ୍ର ନୂତନ ସଭାପତି ଭାବେ ରୋଟାରିଆନ୍ ସି . ଭାଗ୍ୟଶ୍ରୀ ଓ ସମ୍ପାଦକ ରୋଟାରୀଆନ୍ ମହେନ୍ଦ୍ର ଦାସଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଏହି ଉତ୍ସବରେ ନୂତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶୀସ ମହାପାତ୍ର ଓ କ୍ଲବର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଶେଖ୍ ବଜାର ସ୍ଥିତ ଆଦୃତ ବାଳିକା ଆଶ୍ରମରେ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଥିଲା। ଏହି ଉପଲକ୍ଷେ କ୍ଲବ ପକ୍ଷରୁ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। କ୍ଲବର ସଦସ୍ୟମାନେ ପିଲାମାନଙ୍କ ସହିତ ଭୋଜନ କରିଥିଲେ। ଡ଼ାକ୍ତର ଦିବସରେ ରୋଟାରୀଆନ୍ ଡ଼ାକ୍ତର ପ୍ରଜ୍ଞା ପାରମିତା ମିଶ୍ରଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
Popular Categories



