ସିକିମ ପରିସ୍ଥିତି ଗମ୍ଭୀର – ରିଲିଫ କାର୍ଯ୍ୟରେ ସେନା ସାମିଲ

ଡେସ୍କ: ଜୁନ ମାସ ୨୯ ତାରିଖରୁ ଲଗାଣ ବର୍ଷାରେ ଗୁରୁତର ଭାବେ ପ୍ରଭାବିତ ଆସାମର ଧେମାଜୀ ଜିଲ୍ଲାର ଶିବଗୁଡି ଏବଂ ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲ୍ଲାର ମେର ଗ୍ରାମରେ ବ୍ୟାପକ ବନ୍ୟା ରିଲିଫ ଅଭିଯାନରେ ଭାରତୀୟ ସେନା ସକ୍ରିୟ ଭାବେ ସାମିଲ ହୋଇଛି। ଭାରତୀୟ ସେନା ପ୍ରଭାବିତ ଅଞ୍ଚଳରେ ଏକାଧିକ ବନ୍ୟା ରିଲିଫ୍ ଦଳ ମୁତୟନ କରିଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ବାହିନୀ (ଏସଡିଆରଏଫ) ସହ ମିଶି ଶିବଗୁଡ଼ି, ନାମସିଂ ଘାଟ, ପାଗଲାମ ଏବଂ ଓରିଆନ ଘାଟରେ ୭୨ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର ଓ ରିଲିଫ ଅଭିଯାନ ଚଳାଇ ୧୭ ଜଣ ଶିଶୁ, ୨୦ ଜଣ ମହିଳା ଏବଂ ୧୧ ଜଣ ବୟସ୍କ ନାଗରିକଙ୍କ ସମେତ ୪୮ ଜଣ ନାଗରିକଙ୍କୁ ସ୍ଥାନାନ୍ତର କରିଛି। ଏହାବ୍ୟତୀତ ସେମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ କରିବା ସହ ବନ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ, ପାଣି ଓ ଚିକିତ୍ସା ସହାୟତା ଯୋଗାଇ ଦେଇଛନ୍ତି।

prayash

୯୦ ଦିନରେ ୬ ସୂତ୍ରୀ ଲକ୍ଷ୍ୟ, ସମ୍ପୂର୍ଣ୍ଣତା ଅଭିଯାନରେ ବଦଳିବ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକର ନକ୍ସା

Comments are closed.