www.samajalive.in
Monday, December 8, 2025
27.1 C
Bhubaneswar

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର, ଭୂବନେଶ୍ବର ସ୍ଥାନାନ୍ତର

ଜି.ଉଦୟଗିରି: ଆଜି ଭୋର ସମୟରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ପିଡିସୁବାଲି ଗ୍ରାମର ଏଡୁଆଡ ନାୟକଙ୍କୁ ଦନ୍ତା ଆକ୍ରମଣ କରିଛି। ତାଙ୍କୁ ଅତର୍କିତ ଭାବେ ଦନ୍ତା ଆକ୍ରମଣ କରିବାରୁ ଏଡୁଆଡ ନାୟକ ଗୁରୁତର ହୋଇଥିବା ଜଣାପଡିଛି। ଆଜି ଭୋର ୫ଟା ସମୟରେ ଟିଆଙ୍ଗିଆ ପିଡୁସୁବାଲି ଗ୍ରାମର ଏଡୁଆଡ ନାୟକ ନିକଟସ୍ତ ଜଙ୍ଗଲରେ ପୋଖରୀରୁ ଶୌଚ ହୋଇ ଫେରୁଥିବାବେଳେ ହଠାତ୍ ଏକ ଦନ୍ତା ହାବୁଡରେ ପଡିଯିବା ଫଳରେ ଆକ୍ରମଣର ଶିକାର ହୋଇଥିଲେ। ଗ୍ରାମର କିଛି ମହାଳା ସେ ସମୟରେ ଜଙ୍ଗଲକୁ ଯାଉଥିବାବେଳେ ଭୟରେ ଗ୍ରାମକୁ ଫେରିଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଏଡୁଆଡକୁ ଉଦ୍ଧାର କରି ଜି.ଉଦୟଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠି ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ସରପଞ୍ଚ ବିଭୂତି ପ୍ରଧାନ ଓ ପୂର୍ବତନ ସମିତିସଭ୍ୟ ଗୋପାଳ ନାୟକ ରାଇକିଆ ବନ ବିଭାଗକୁ ଖବର ଦେଉଥିଲେ। ଖବରପାଇ ରାଇକିଆ ବନପାଳ ବିଷ୍ଣୁପ୍ରସାଦ ରଥ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିବାବେଳେ ଦୁଇଟି ଦନ୍ତା ଥିବା ସୁଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories