www.samajalive.in
Sunday, December 7, 2025
23.1 C
Bhubaneswar

ଜୁଲାଇ ୮ରୁ ଶନି-ରାହୁ ମିଶି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ବଦଳିଯିବ ଜୀବନ..

ରାହୁ ଏବେ ଗୁରୁଙ୍କ ଘର ମୀନ ରାଶି ଓ ନକ୍ଷତ୍ର ପୂର୍ବାଭାଦ୍ରପଦରେ ବିରାଜମାନ ଅଛନ୍ତି । ୮ ଜୁଲାଇରେ ରାହୁ ଶନିଙ୍କ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବେ ଓ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଏଥିରେ ରହିବେ । ଏହାର ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଙ୍କର । ଏମାନଙ୍କର ଆର୍ଥିକ ସ୍ଥିତିରେ ଲାଭ, କାର୍ଯ୍ୟରେ ସଫଳତା ଓ ଜୀବନ ହସଖୁସିରେ ଅତିବାହିତ ହେବ । ଜାଣନ୍ତୁ ସେହି ରାଶି ବିଷୟରେ ।

ମେଷ – ରାହୁ ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବା ମାତ୍ରେ ଏହି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ । ଚାକିରି ପାଇଁ ବାହାରକୁ ଯିବାର ସୁଯୋଗ ମିଳିବ । ଯାତ୍ରା ଲାଭଦାୟକ ହେବ । କାର୍ଯ୍ୟରେ ସଫଳତା ମିଳିବା ସହ ସୁଖ ପ୍ରାପ୍ତି ପାଇଁ ଖର୍ଚ୍ଚ ବଢିପାରେ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆୟର ନୂଆ ରାସ୍ତା ଖୋଲିବ । ନୂଆ ସୁଯୋଗ ମଧ୍ୟ ମିଳିବ । ନିଜ ସାମର୍ଥ୍ୟ ଅନୁଯାୟୀ ସଫଳତା ମିଳିବ ।

କେତୁଙ୍କ ପ୍ରଭାବ ରହିଲେ ହୁଏ ଏସବୁ ସମସ୍ୟା ; ସରଳ ଉପାୟରେ ଚୁଟକିରେ କରନ୍ତୁ ସମାଧାନ..

ମିଥୁନ – ଅଧିକ ପରିଶ୍ରମ କରିବା ଦ୍ୱାରା ସଫଳତା ମିଳିବ । ଚାକିରି କରିବା ସହ ବ୍ୟବସାୟରେ ମନ ଦେବେ । ସଫଳତା ମିଳିବ ।

ତୁଳା – ୮ ଜୁଲାଇ ପରେ ତୁଳା ରାଶି ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ଖବର ମିଳିବ । ପରିଶ୍ରମ କରିବା ଦ୍ୱାରା ସଫଳତା ମିଳିବ । ଅଟକି ରହିଥିବା କାମ ପୂରଣ ହେବ । ବନ୍ଦ ଭାଗ୍ୟର ତାଲା ଖୋଲିବ । ଚାକିରି କରୁଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କୁ ଲାଭ ମିଳିବ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ବିଛା – ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ଟଙ୍କା ନିବେଶ ପାଇଁ ଉତ୍ତମ ସମୟ ।

ମକର – ଆର୍ଥିକ ଦୃଷ୍ଟି କୋଣରୁ ସମୟ ବେଶ ଶୁଭଙ୍କର । ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ନୂତନ କାର୍ଯ୍ୟ ପାଇଁ ଚେଷ୍ଟା ଜାରି ରଖନ୍ତୁ । ଛୋଟ ଛୋଟ ଯାତ୍ରା କରି ଅଧିକ ଲାଭବାନ୍‌ ହେବେ ।

କୁମ୍ଭ- କାମ ପ୍ରତି ଅବହେଳା କରନ୍ତୁ ନାହିଁ । ନୂତନ ସୁଯୋଗ ମିଳିବ । ପରିଶ୍ରମ କଲେ ସଫଳତା ପ୍ରାପ୍ତି ହେବ ।

ମୀନ – ପରିଶ୍ରମ ଦ୍ୱାରା ସଫଳତା ମିଳିବ । ପଦନ୍ନୋତି ହେବା ସହ ଅଟକି ଥିବା କାମ ପୂରଣ ହେବ ।

ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories