www.samajalive.in
Saturday, December 6, 2025
26.1 C
Bhubaneswar

ଅଜବ ରେସ୍ତୋରାଁ: ଇଡ୍ଲି ପ୍ଲେଟ୍‌ ଦାମ୍‌ ୧୩ଶହ ଟଙ୍କା

ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ଖାଦ୍ୟର ଚାହିଦା ବହୁତ ରହିଛି। ଏହାକୁ ନେଇ ସେଠାରେ ବହୁସଂଖ୍ୟକ ଭାରତୀୟ ରେସ୍ତୋରାଁ ଖୋଲିଛି। ତେବେ ଏଠାରେ ଥିବା ଏକ ଶାକାହାରୀ ରେସ୍ତୋରାଁରେ ଦୁଇଟି ଇଡ଼ଲି ଥିବା ପ୍ଲେଟ୍‌ର ଦାମ୍‌ ଶୁଣିଲେ ଜଣେ ଚକ୍କର ଖାଇଯିବ। ଦୁଇଟି ଇଡ଼ଲର ଦାମ୍‌ ୧୫ ଡଲାରରୁ ଅଧିକ। ଅନ୍ୟପକ୍ଷରେ ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୧୩ଶହ ଟଙ୍କା। ସେହିପରି ଦୁଇଟି ବରାର ଦାମ୍‌ ଭାରତୀୟ ମୁଦ୍ରାରେ ପାଖାପାଖି ୧୪ଶହ ଟଙ୍କା ହୋଇଥିବା ବେଳେ ପେପର ଦୋସାର ଦାମ ୧୪ଶହ ଟଙ୍କାରୁ ଅଧିକ ରହିଛି। ଦାମ୍‌ ଅଧିକ ରହିବା ସହ ରେସ୍ତୋରାଁଗୁଡ଼ିକରେ ଇଡ଼ଲି, ବରା ଆଦିର ଆକର୍ଷକ ନାମ ଦିଆଯାଇଛି। ଇଡ଼ଲିର ନାମ ଡଙ୍କ୍‌ଡ ରାଇସ୍‌ କେକ୍‌ ଓ ବରା ନାମ ଡଙ୍କ୍‌ଡ ଡୋନଟ ଡିଲାଇଟ୍‌ ଆଦି ରଖାଯାଇଛି। ଆମେରିକା ରେସ୍ତୋରାଁର ଭିଡିଓ ହର୍ଷ ଗୋଏଙ୍ଗା ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬୩ ହଜାରରୁ ଅଧିକ ବ୍ୟକ୍ତି ଦେଖି ସାରିଛନ୍ତି। ଭାରତୀୟ ଖାଦ୍ୟର ନାମ ବଦଳାଇ ଏହାକୁ ଆମେରିକାର ରେସ୍ତୁରାଁ ବହୁ ଅଧିକ ଦାମ୍‌ରେ ବିକ୍ରି କରୁଥିବା ଏକାଧିକ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories