www.samajalive.in
Sunday, December 7, 2025
26.1 C
Bhubaneswar

ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

ସନାତନ ଧର୍ମରେ ଜୀବନ ସହ ଜଡିତ ଅନେକ କାମ ପାଇଁ କିଛି ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନିୟମର ପାଳନ କରିବା ଦ୍ୱାରା ଦେବାଦେବୀଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ। ସେହି ନିୟମର ସଠିକ୍ ଭାବେ ପାଳନ ନକରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ। ଅଭାବ ସହ ଧନ ଅଭାବ ଲାଗି ରହିଥାଏ। ଅସଫଳତା ଲାଗି ରହିଥାଏ। ନଖ କାଟିବା ମଧ୍ୟ ଏଭଳି ଏକ କାର୍ଯ୍ୟ।ନଖ ଓ କେଶ କାଟିବା ନେଇ ଅନେକ ନିୟମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେବେ ଜାଣନ୍ତୁ ନଖ କାଟିବାର ଶୁଭ ଦିନ ଓ ସମୟ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ।

ଶୁକ୍ରଙ୍କ ୨ଥର ଚଳନ ; ଏହି ରାଶିଙ୍କୁ ଦେବ ଖୁବ୍ ଧନ,ଉନ୍ନତି, ଜୁଲାଇ ଚମକାଇବ ଭାଗ୍ୟ..

- Advertisement -

ସପ୍ତାହର ଏଭଳି କିଛି ଦିନ ରହିଛି, ଯେଉଁଦିନ ନଖ କାଟିବା ଅଶୁଭ। ଏହି ଦିନ ନଖ କାଟିବା ଦ୍ୱାରା ଜୀବନରେ ଅଭାବ, ଅଶାନ୍ତି, କଷ୍ଟ ଓ ଅନେକ ସମସ୍ୟା ଲାଗି ରହିଥାଏ। ଉନ୍ନତିରେ ବାଧା ଆସିଥାଏ। ଯେପରି ଶନିବାର ଦିନ ନଖ କାଟିବା ଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇଥାଆନ୍ତି। ଏହାଦ୍ୱାରା ଶାରୀରିକ-ମାନସିକ, ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ରବିବାର ନଖ କାଟିବା ଦ୍ୱାରା ଜାତକରେ ସୂର୍ଯ୍ୟ ଦୁର୍ବଳ ହୋଇଥାଆନ୍ତି। ଆତ୍ମବିଶ୍ୱାସ ହ୍ରାସ ପାଇଥାଏ। ଉନ୍ନତି ମିଳିବାରେ ବାଧା ସୃଷ୍ଟି ହୋଇଥାଏ।

ମଙ୍ଗଳବାର ଓ ଗୁରୁବାର ନଖ କାଟିବା ଦ୍ୱାରା ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ। ଶୁଭ ଗ୍ରହ ମଧ୍ୟ ଅଶୁଭରେ ପରିଣତ ହୋଇଥାଆନ୍ତି। ଗୁରୁବାର ନଖ କାଟିଲେ ବୈବାହିକ ଜୀବନରେ ସମସ୍ୟା ସହ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ।

ଶାସ୍ତ୍ର ଅନୁସାରେ ନଖ କାଟିବା ପାଇଁ ବୁଧବାର ଓ ଶୁକ୍ରବାର ଦିନ ସର୍ବଶ୍ରେଷ୍ଠ। ବୁଧବାର ନଖ କାଟିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ। ଚାକିରି-ବ୍ୟବସାୟରେ ଉନ୍ନତି ହୋଇଥାଏ। ଶୁକ୍ରବାର ନଖ କାଟିବା ଦ୍ୱାରା ସୌନ୍ଦର୍ଯ୍ୟ ଓ ଆକର୍ଷଣ ବୃଦ୍ଧି ପାଇଥାଏ। ମା’ଲକ୍ଷ୍ମୀଙ୍କ କୃପାରୁ ଖୁବ୍ ଧନ ମିଳିଥାଏ। ଜୀବନରେ ଅଭାବ ଦୂର ହୋଇଥାଏ। ଏହା ବ୍ୟତୀତ ସୋମବାର ମଧ୍ୟ ନଖ କାଟି ପାରିବେ।

ଏହାଦ୍ୱାରା ଛୋଟ ଛୋଟ ରୋଗରୁ ମୁକ୍ତି ମିଳିଥାଏ। ମନ ମଧ୍ୟ ମଜଭୁତ ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଭୁଲରେ ମଧ୍ୟ ସୂର୍ଯ୍ୟାସ୍ତ ପରେ କିମ୍ବା ରାତିରେ ନଖ କାଟନ୍ତୁ ନାହିଁ। ଏହି ସମୟରେ ନଖ କାଟିଲେ ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଅସନ୍ତୁଷ୍ଟ ହୋଇଥାଆନ୍ତି।

ବ୍ରହ୍ମ ମୁହୂର୍ତ୍ତରେ ମଧ୍ୟ ନଖ କାଟନ୍ତୁ ନାହିଁ। ନଖ କାଟିବାର ଶୁଭ ସମୟ ସୂର୍ଯ୍ୟୋଦୟର କିଛି ସମୟ ପରେ। ସୂର୍ଯ୍ୟାସ୍ତ ଓ ସନ୍ଧ୍ୟା ପୂର୍ବରୁ ନଖ କାଟି ପାରିବେ।

ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories