କମିଶନରେଟ ପୁଲିସ ଅଫିସ ଘେରାଉ କଲା ଛାତ୍ର ଓ ଯୁବ କଂଗ୍ରେସ କର୍ମୀ
ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ ଘଟଣାର ପ୍ରତିବାଦ କରି ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ କମିଶନରେଟ ପୁଲିସ ଅଫିସ ଘେରାଉ କରିଛନ୍ତି । ଗୋବର ମାଡ କରିଥିବା ବିଜେପି କର୍ମୀଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ଘେରାଉ କରିଛି । ନିକଟରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଗୋବର ମାଡ କରିବାବେଳେ ବିଜେପି ଯୁବମୋର୍ଚ୍ଚ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣାରେ କଂଗ୍ରେସ କର୍ମୀମାନେ ଥାନାରେ ଏତଲା ଦେଇଥିବା ବେଳେ କାହିଁକି ପୁଲିସ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ପ୍ରଶ୍ନ କରି କମିଶନରେଟ ପୁଲିସ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।
Comments are closed.