www.samajalive.in
Friday, December 5, 2025
20.1 C
Bhubaneswar

ହରଭଙ୍ଗାରେ ନାହିଁ ନାହିଁରେ ଚାଲିଛି ଶିଶୁ ବିକାଶ ଯୋଜନା

ହରଭଙ୍ଗା: ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁଛନ୍ତି। ମାତ୍ର ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ଦୁର୍ଗମ ତଳଗାଁ ପଂଚାୟତର ବଡଖଜୁରୀ ଏବଂ କୁଶଙ୍ଗ ପଂଚାୟତର ଭଗାମୁଣ୍ଡା ଭଳି ଦୁଇଟି କେନ୍ଦ୍ରରେ ଦୁଇଜଣ ଅଙ୍ଗନବାଡ଼ି କର୍ମୀ ପଦବୀ ଖାଲିପଡ଼ିବା ଫଳରେ ଶିଶୁଙ୍କ ପାଠପଢ଼ା ଠପ୍‌‌ ହୋଇପଡ଼ିଛି। ଅନ୍ୟପଟେ ଭଗାମୁଣ୍ଡା କେନ୍ଦ୍ରରେ ଜଣେ କର୍ମୀ ସାଙ୍ଗକୁ ଜଣେ ସହାୟିକା ପଦବୀ ଖାଲି ଯୋଗୁଁ ଏହି କେନ୍ଦ୍ରରେ ତାଲା ଝୁଲିବା ସହିତ ଶିଶୁ ବିକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍‌‌ ହୋଇପଡ଼ିଛି।

ପ୍ରକାଶ ଯେ, ବ୍ଲକର ତଳଗାଁ ପଂଚାୟତ ଅନ୍ତର୍ଗତ ବଡଖଜୁରୀ କେନ୍ଦ୍ରରେ ଅଙ୍ଗନବାନି କର୍ମୀଙ୍କ ଅବସର ପରେ ଏହି ପଦବୀ ଖାଲିପଡ଼ିଛି। କର୍ମୀ ନିଯୁକ୍ତି ପାଇଁ ଆଶାୟୀଙ୍କ ଆବେଦନ ପରେ ବି ନିଯୁକ୍ତି ପ୍ରକିୟାରେ ଅହେତୁକ ବିଳମ୍ବ ହେଉଥିବାରୁ ଏହି କେନ୍ଦ୍ରରେ ପାଠପଢ଼ୁଥିବା କୋମଳମତି ଶିଶୁ ପ୍ରାକ୍‌‌ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ସେହିପରି କୁଶଙ୍ଗ ପଂଚାୟତ ଭଗାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟହେଲା ଜଣେ ସହାୟିକା ପଦବୀ ଖାଲିପଡ଼ିଛି। ଯାହାଫଳରେ ଦୀର୍ଘ ସମୟ ହେଲା ଶିଶୁମାନେ ରନ୍ଧା ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଏହା ସହିତ ଗତ ୪/୫ମାସ ତଳେ ଏହି କେନ୍ଦ୍ର ଦାୟିତ୍ୱରେ ଥିବା ଅଙ୍ଗନବାଡ଼ି କର୍ମୀଙ୍କ ଅବସର ପରେ ବି ନୂଆ ନିଯୁକ୍ତି ପ୍ରକିୟାରେ ବିଳମ୍ବ ଯୋଗୁଁ କୋମଳମତି ଶିଶୁମାନେ ଉଭୟ ରନ୍ଧାଖାଦ୍ୟ/ପାଠପଢ଼ାରୁ ବଞ୍ଚିତ ହେବା ସହିତ କେନ୍ଦ୍ରରେ ତାଲା ଝୁଲୁଛି। ଏଭଳି ଅବସ୍ଥାରେ ଦୁର୍ଗମ ଅଞ୍ଚଳରେ ଶିଶୁ ବିକାଶ ଯୋଜନା ଚାଲିଥିବା ଘଟଣାକୁ ଲକ୍ଷ୍ୟ କଲେ ଏହାର ତଦାରଖ ଏବଂ ସୁପରିଚାଳନା ଦାୟିତ୍ୱରେ ଥିବା ବିଭାଗୀୟ ଉପରିସ୍ଥ କର୍ମଚାରୀଙ୍କ ପାରିବାପଣିଆ ଉପରେ ବଡ ପ୍ରଶ୍ନଚିହ୍ନ ଛିଡ଼ା କରିଛି। ଏଣୁ ଜିଲାପାଳ ମହିଳା ଏବଂ ଶିଶୁଙ୍କ ବିକାଶ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଦୁଇ କେନ୍ଦ୍ରରେ ଯୁଦ୍ଧକାଳୀନ ଭିତ୍ତିରେ କର୍ମୀ ନିଯୁକ୍ତି ସାଙ୍ଗକୁ ସହାୟିକା ନିଯୁକ୍ତି ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ସମାଜସେବୀ ଭିକାରୀ ଚରଣ ବାଈ ଦାବି କରିଛନ୍ତି। ଏ ସମ୍ପର୍କରେ ହରଭଙ୍ଗା ସି.ଡି.ପି.ଓ ଦିପ୍ତିମୟୀ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଲେ, ଭଗାମୁଣ୍ଡା କେନ୍ଦ୍ରରେ ଜଣେ ସହାୟିକା ପଦବୀ ଏକ ବର୍ଷରୁ ଊର୍ଦ୍ଧ୍ବ ହେଲା ଖାଲିପଡ଼ିଛି। ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଲେ ବି କେହି ଆବେଦନ କରୁନଥିବାରୁ ସହାୟିକା ନିଯୁକ୍ତି ହୋଇପାରୁନାହିଁ। ଭଗାମୁଣ୍ଡା ଏବଂ ବଡଖଜୁରୀ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ ସରିଛି। ଉପଜିଲାପାଳଙ୍କ ପାଖରେ ଫାଇଲ ଥିବା କହିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories