www.samajalive.in
Sunday, December 7, 2025
23.1 C
Bhubaneswar

ବୌଦ୍ଧରେ ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ବୌଦ୍ଧ: ‘ସମାଜ’ର ପ୍ରତିଷ୍ଠାତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ବୌଦ୍ଧରେ ପାଳିତ ହୋଇଯାଇଛି। ସକାଳେ ଶ୍ରୀଶ୍ରୀ ଚନ୍ଦ୍ରଚୂଡ ମହାନଦୀ ଆଳତୀ ଘାଟଠାରେ ସ୍ୱର୍ଗତ ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଅନୁଷ୍ଠିତ ହୋଇଥିଲା। ସମାଜର ଜିଲା ପ୍ରତିନିଧି ଶଶାଙ୍କ ଶେଖର ମିଶ୍ରଙ୍କ ଉପସ୍ଥିତିରେ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ମିନୁପ୍ରସାଦ ମିଶ୍ର, ସୂର୍ଯ୍ୟେନ୍ଦ୍ର ଶତପଥୀ ଓ ସଜ୍ଜନ କୁମାର ଅଗ୍ରୱାଲା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ପରେ ଗୋପବନ୍ଧୁ ଛକଠାରେ ସ୍ଥାପିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସମାଜ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଅତିଥି ଭାବରେ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର, ନାଗରିକ କମିଟି ସଂପାଦକ ବିଶ୍ୱେଶ୍ୱର ପୃଷ୍ଟି, ଜିଲା ସାମ୍ବଦିକ ସଂଘର ସଂପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନିକ୍ଷକ ଶ୍ରୀନିବାସ ମିଶ୍ର, ପତଞ୍ଜଳି ଯୋଗ ସମିତିର ସଭାପତି ଦେବାଶିଷ ପୁରୋହିତ, ସଜ୍ଜନ କୁମାର ଅଗ୍ରୱାଲା ଓ ଧବଳେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମଧ୍ୟାହ୍ନରେ ସମାଜ ପକ୍ଷରୁ ହରଭଙ୍ଗା ବ୍ଲକ ଝାଡରାଜିଂସ୍ଥିତ ବୃଦ୍ଧାଶ୍ରମର ୨୨ ଜଣ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସମାଜସେବୀ ପ୍ରଣୟ କୁମାର ପାତ୍ର, ଦେବାଶିଷ ପୁରୋହିତ, ସଜ୍ଜନ କୁମାର ଅଗ୍ରୱାଲା ଓ ସମାଜ ଜିଲାପ୍ରତିନିଧି ଶଶାଙ୍କ ଶେଖର ମିଶ୍ର ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟପୁଡିଆ ବଣ୍ଟନ କରିଥିଲେ। ବୃଦ୍ଧାଶ୍ରମର ସଂପାଦିକା ବାସନ୍ତୀ ନନ୍ଦ, ପ୍ରତିମା ମହାପାତ୍ର ଓ ସନ୍ତୋଷ କୁମାର ରାଉତ ସହଯୋଗ କରିଥିଲେ। ଏହି ଅବସରରେ ଦେବାଶିଷ ପୁରୋହିତ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories