www.samajalive.in
Monday, December 8, 2025
20.1 C
Bhubaneswar

ପ୍ରତିଯୋଗିତାରେ ୧୦ଟି ରାଜ୍ୟରୁ ୬୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ, ଓଡ଼ିଶାରୁ ଭାଗନେବେ ୧୧୫ ଆଥଲିଟ୍

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ମାସ ୦୭ ତାରିଖଠାରୁ ୦୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ସମୁଦାୟ ୧୦ଟି ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମେଘାଳୟ, ନାଗାଲାଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁରରୁ ୬୦୦ରୁ ଉର୍ଦ୍ଧ୍ୱ ଯୁବ କ୍ରୀଡ଼ାବିତ୍‌ମାନେ ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିବେ।

ବିହାରରୁ ସର୍ବାଧିକ ୧୩୪ ଜଣ କ୍ରୀଡାବିତ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ନାଗାଲାଣ୍ଡରୁ ସର୍ବନିମ୍ନ ୫ ଜଣ କ୍ରୀଡାବିତ୍‌ ଭାଗନେବେ। ଓଡିଶାରୁ ଚଳିତବର୍ଷ ୧୧୫ଜଣ କ୍ରୀଡାବିତ୍‌ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ରେ ଅଂଶଗ୍ରହଣ କରିବେ।

- Advertisement -

ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ର ଟେକନିକାଲ୍ ଚେୟାରମ୍ୟାନ୍‌ ଶ୍ରୀ ପ୍ରବୋଧ କୁମାର ମହାନ୍ତି କହିଛନ୍ତି ଯେ, ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ମାଧ୍ୟମରେ ସମସ୍ତ ଯୁବ କ୍ରୀଡାବିତ୍ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇପାରୁଛନ୍ତି। ଏଥିସହ ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ କ୍ରୀଡାବିତ୍ ମାନେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହି ପ୍ରତିଯୋଗିତା ମାଧ୍ୟମରେ ଆଗକୁ ହେବାକୁଥିବା ନ୍ୟାସନାଲ୍ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ପାଇଁ କ୍ରୀଡାବିତ୍‌ ମାନେ ନିଜର ପ୍ରସ୍ତୁତିର ଅନୁଶୀଳନ ମଧ୍ୟ କରିପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ମାସ ୨୫ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୯ତମ ନ୍ୟାସନାଲ୍ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ।

ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଶାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ୍ ଅନୁଷ୍ଠିତ ହେବା ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ। ପ୍ରତିଯୋଗିତାରେ ଭାଗ ନେଉଥିବା କ୍ରୀଡ଼ାବିତ୍‌ମାନଙ୍କୁ ମୁଁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି। ଆଗକୁ ମଧ୍ୟ ଓଡ଼ିଶାରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହେବାର ଲକ୍ଷ୍ୟ ରଖାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories