ଟ୍ରକକୁ ଧକ୍କା ଦେଲା ଅଟୋ; ୪ ଗୁରୁତର

ଅନୁଗୋଳ : ପାଲଲହଡା ଥାନା ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ନିକଟରେ ଏକ ଟ୍ରକକୁ ପଛପଟୁ ଏକ ଅଟୋ ଧକ୍କାଦେବା ଫଳରେ ଅଟୋରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି  । ସେମାନଙ୍କୁ  ପାଳଲହଡା ଡାକ୍ତରଖାନା…
Read More...

ନ୍ୟୁଜିଲାଣ୍ଡ ମସଜିଦରେ ଗୁଳିକାଣ୍ଡ ଘଟଣା; ମୁଖ୍ୟ ଅଭିଯୁକ୍ତ ବିରୋଧରେ ହତ୍ୟା ଅଭିଯୋଗ

ୱେଲିଂଟନ,୧୬ା୩: ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ଶୁକ୍ରବାର ଅତର୍କିତ ଗୁଳିକାଣ୍ଡ ଘଟାଇ ୪୯ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ବ୍ରେଣ୍ଟୋନ ହ୍ୟାରିସନ ଟାରାଣ୍ଟ ବିରୋଧରେ ସେଠାକାର ଆଇନ ଅନୁସାରେ ଏକ କାଉଣ୍ଟ ହତ୍ୟା…
Read More...

ଆତଙ୍କବାଦ ଦମନ ପ୍ରସଙ୍ଗ; ପ୍ରତିଶ୍ରୁତିବଦ୍ଧତା ପ୍ରମାଣ ପାଇଁ ଦାଉଦ, ସଲାହୁଦ୍ଦିନକୁ ଫେରାଉ ପାକିସ୍ତାନ

ନୂଆଦିଲ୍ଲୀ : ନିଜକୁ ଆତଙ୍କବାଦୀ ବିରୋଧୀ ରାଷ୍ଟ୍ର ଦର୍ଶାଉଥିବା ପାକିସ୍ତାନ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଓ ସୟଦ ସଲାଉଦ୍ଦିନକୁ ଭାରତକୁ ହସ୍ତାନ୍ତର କରି ଆତଙ୍କବାଦ ଦମନ ଦିଗରେ ଏହାର ପ୍ରତିଶ୍ରୁତିବଦ୍ଧତା ପ୍ରମାଣ…
Read More...

ଖଣ୍ଡାରେ ହାଣି ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଛାମଣ୍ଡାଡିହ ଗ୍ରାମରେ ଖଣ୍ଡାରେ ହାଣି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜମି ଜମା ଗଣ୍ଡଗୋଳରୁ ତାଙ୍କ ପଡୋଶୀ ତାଙ୍କୁ ଖଣ୍ଡାରେ ହାଣିଛନ୍ତି।…
Read More...

ଦ୍ୱିତୀୟ ରାଜ୍ୟସ୍ତରୀୟ ପୁଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ଚମ୍ପିଆନସିପ୍ ଉଦଯାପିତ

ସମ୍ବଲପୁର : ସମ୍ବଲପୁର ଠାରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ପୁଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ଚମ୍ପିଆନସିପ୍ ପ୍ରତିଯୋଗୀତା ଶନିବାର ଦିନ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଡା.ଝସକେତନ…
Read More...

ଓଡ଼ିଆ ଅଧିକାରୀ ଡିପି ଦାଶ ବିଶ୍ୱ ସୀମା ଶୁଳ୍କ ସଂଗଠନର ପ୍ରବର୍ତ୍ତନ ସମିତି ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ବର: ସୀମାଶୁଳ୍କ ବ୍ୟାପାରରେ ଦୀର୍ଘଦିନର ଅଭିଜ୍ଞତା ହାସଲ କରିଥିବା ଓଡ଼ିଆ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସୀମାଶୁଳ୍କ ଏବଂ ଉତ୍ପାଦ ଶୁଳ୍କ ବୋର୍ଡର ମହାନିର୍ଦ୍ଦେଶକ ଦେବୀ…
Read More...

ଚୋରା କାଠ ଗାଡି ଜବତ, କାଠ ମାଫିଆ ଫେରାର

ଧାମରା : ଭଦ୍ରକ ଜିଲା କରଞ୍ଜମାଳ ଠାରେ ଏକ ଚୋରା କାଠ ଗାଡିକୁ ବନବିଭାଗ ଜବତ କରିଥିବା ଜଣାପଡିଛି। ଏହି ଗାଡିଟି ବାସୁଦେବପୁରରୁ ଧାମରା ବନ୍ଦରକୁ ଆସୁଥିବା ବନବିଭାଗ ପ୍ରକାଶ କରିଛି। ପ୍ରାପ୍ତ ଖବର ଅନୁଯାୟୀ, ଓଡି ୨୨ଏ…
Read More...

ପୁଣି ଖଟିଆରେ ବୁହା ହେଲେ ମହିଳା

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବାରସିକୋନା ଗାଁର ଜଣେ ମହିଳା ଗୁରୁତର ହେବାପରେ ତାଙ୍କୁ ଦୀର୍ଘ ୨ କିଲୋମିଟର ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା…
Read More...

ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲା ସ୍ୱାସ୍ଥ୍ୟ ବିଭାଗର ଅବହେଳା ଅଭିଯୋଗ

ଆରଡି : ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ଦୀର୍ଘଦିନ ହେବ ଅବହେଳା କରୁଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡକଥା ହେଲା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କିଛିଦିନ ହେବ…
Read More...

୩ମାଓବାଦୀ ଗିରଫ

ରାଉରକଲୋ : ରାଉରକେଲା ବିଶ୍ରା ଥାନା ପୁଲିସ ରୋଲର ପୋଡି ଘଟଣାରେ ୩ଜଣ ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ କରି ସେମାନଙ୍କ ଠାରୁ ୩ଟି ବନ୍ଧୁକ ସହ ୨ଟି ମୋବାଇଲ ଜବତ କରିଛି। ଠିକାଦାରଙ୍କ ଠାରୁ ବଟି…
Read More...

ଆତଙ୍କବାଦୀ ଶିବିର ଧ୍ବଂସ କଲେ ପାକିସ୍ତାନ ସହ ଆଲୋଚନା: ରାଜନାଥ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଭାରତ ଆଗ୍ରହୀ ବୋଲି କହିଛନ୍ତି। ଏଥିସହିତ ଆଲୋଚନା ଆରମ୍ଭ ପାଇଁ ସେ ଗୋଟିଏ ସର୍ତ୍ତ ରଖିଛନ୍ତି। ନିଜ ଦେଶରେ…
Read More...

ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ; ‘ସ୍କୁଲ ଷ୍ଟ୍ରାଇକ’ କଲେ ୧୦୦ଦେଶର ଛାତ୍ରଛାତ୍ରୀ

ବର୍ଲିନ : ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶୁକ୍ରବାର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ତ୍ୟାଗ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ସମାବେଶରେ ସାମିଲ ହୋଇଥିବା…
Read More...

୧୦ଲକ୍ଷ ହ୍ୟାଣ୍ଡ ଗ୍ରେନେଡ କିଣିବ ଭାରତ

ନୂଆଦିଲ୍ଲୀ : ଭାରତୀୟ ପଦାତିକ ବାହିନୀ ଯବାନଙ୍କ ପାଇଁ ୧୦ଲକ୍ଷ ହ୍ୟାଣ୍ଡ ଗ୍ରେନେଡ କିଣାଯିବ। ଏ ବାବଦରେ ୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବା ଯୋଜନା ହୋଇଛି। ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ପ୍ରସ୍ତୁତ ଏହି ଗ୍ରେନେଡ…
Read More...

ପାକିସ୍ତାନ ସୀମାରେ ଭାରତୀୟ ଯୁଦ୍ଧବିମାନର ଅଭ୍ୟାସ

ନୂଆଦିଲ୍ଲୀ : ବାୟୁସେନା ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ- ଏହା ପ୍ରମାଣ କରିବା ପାଇଁ ଗୁରୁବାର ରାତିରେ ପାକିସ୍ତାନ ସୀମାରେ ଜୋରଦାର୍‌ ଅଭ୍ୟାସ କରାଯାଇଛି। ପଞ୍ଜାବ ଓ ଜାମ୍ମୁ ସୀମା ଆକାଶରେ…
Read More...

କରତାରପୁର କରିଡର: ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ସର୍ତ୍ତ ରଖିଲା ପାକିସ୍ତାନ

ନୂଆଦିଲ୍ଲୀ : ଭିସାମୁକ୍ତ କରତାରପୁର କରିଡର ପାଇଁ ପାକିସ୍ତାନ ସମ୍ମତି ପ୍ରକାଶ କରିଛି; ତେବେ ଭାରତୀୟ ତୀର୍ଥଯାତ୍ରୀଙ୍କ କ୍ଷେତ୍ରରେ ଏହା କେତେକ କଟକଣା ଧାର୍ଯ୍ୟ କରିଛି। ଏହି କରିଡର ଦେଇ ଦୈନିକ ୫ହଜାର ଓ ଉତ୍ସବ ସମୟରେ…
Read More...

ଆରାକାନ୍‌ ଆର୍ମି ଓ ନାଗା ଉଗ୍ରବାଦୀଙ୍କ ଶିବିର ଧ୍ବଂସ କଲେ ଭାରତ-ମ୍ୟାଁମାର ସେନା

ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ଭାରତୀୟ ଯବାନଙ୍କ ଆଉ ଗୋଟିଏ ବଡ଼ ଅଭିଯାନ ପରଦା ପଛରେ ରହିଯାଇଛି। ଦେଶର ପୂର୍ବ…
Read More...

ଆପ ଛାଡ଼ି କଂଗ୍ରେସରେ ଯୋଗଦେବେ ଅଳକା ଲାମ୍ବା!

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ)ର ଅସନ୍ତୁଷ୍ଟ ନେତ୍ରୀ ତଥା ଚାନ୍ଦିନୀ ଚୌକ ବିଧାୟିକା ଅଳକା ଲାମ୍ବା କଂଗ୍ରେସରେ ଯୋଗଦେବା ନେଇ ଶୁକ୍ରବାର ସଂକେତ ଦେଇଛନ୍ତି। ସେ ଟ୍ୱିଟ୍‍ କରିଛନ୍ତି ଯେ ସୁଯୋଗ ମିଳିଲେ ସେ…
Read More...

ଶନିବାର ରାଶିଫଳ

ମେଷ: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଉପୁଜି ପାରେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସୁ-ଯଶର ଅଧିକାରୀ ହେବେ। ଧନଶାଳୀ ହୋଇପାରନ୍ତି। ଯଥାର୍ଥ କାର୍ଯ୍ୟ କରିବେ। ବୃଷ:…
Read More...

ଦୁଇ ଲୋକସଭା ଆସନରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ଥର ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଅମେଠି ଲୋକସଭା ଆସନରୁ ୩ ଥର ସାଂସଦ ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧୀ…
Read More...

କେଜରିୱାଲ ଓ ୩ ଆପ୍‌ ନେତାଙ୍କୁ ସମନ

ନୂଆଦିଲ୍ଲୀ : ବିଜେପି ନେତା ରାଜୀବ ବାବରଙ୍କ ଦ୍ବାରା ଆଗତ ଏକ ମାନହାନି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ତାଙ୍କ ଆମ୍‌ ଆଦମୀ ପାର୍ଟିର ତିନି ଜଣ ନେତାଙ୍କୁ ସ୍ଥାନୀୟ ପଟିଆଲା ହାଉସ୍‌ କୋର୍ଟ ସମନ…
Read More...

ଜଗନମୋହନ ରେଡ୍ଡୀଙ୍କ ଦାଦାଙ୍କ ସନ୍ଦେହଜନକ ମୃତ୍ୟୁ

ବିଜୟୱାଡା : ୟୁବଜନ ଶଅମିକ ରିତୁ କଂଗ୍ରେସ (ୱାଇଏସ୍‌ଆରସି) ଅଧ୍ୟକ୍ଷ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଦାଦା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ୱାଇଏସ୍‌ ବିବେକାନନ୍ଦ ରେଡ୍ଡୀଙ୍କର ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ…
Read More...

ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ କ୍ରମବର୍ଦ୍ଧିଷ୍ଣୁ ଇସଲାମିକ ପାଗଳାମିକୁ ଦାୟୀ କଲେ ଇମ୍ରାନ

ଇସଲାମାବାଦ : ଜାମ୍ମୁ-କାଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିବାକୁ ବେଶ୍‌ ବିଳମ୍ବ କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ…
Read More...

ଏପ୍ରିଲ ୧୨ରେ ମୁକ୍ତିଲାଭ କରିବ ‘ପିଏମ୍‌ ନରେନ୍ଦ୍ର ମୋଦୀ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ ନରେନ୍ଦ୍ର ମୋଦୀ’ ଆଗାମୀ ଏପ୍ରିଲ ୧୨ରେ ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ଏହାର ପ୍ରଯୋଜକମାନେ ଘୋଷଣା କରିଛନ୍ତି।…
Read More...

ନିର୍ମାଣ ହେବ କେଜିଏଫର ଦ୍ୱିତୀୟ ଭାଗ ‘କେଜିଏଫ୍‍-୨’

ମୁମ୍ବଇ: କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ(କୋଲାର ଗୋଲ୍ଡ ଫିଲ୍ଡ)- ୧’ର ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ କେଜିଫ୍‍-୨ ନିର୍ମାଣ ହେବ। ଗତକାଲି ଚଳଚ୍ଚିତ୍ରର ମହୁରତ୍‍ ହୋଇଥିଲା। କେଜିଏଫ୍‍-୧ ଭଳି ଏହାର ଦ୍ୱିତୀୟଭାଗରେ…
Read More...

ମୁକ୍ତିଲାଭ କଲା ନୱାଜ ଉଦ୍ଦିନ୍‍ ସିଦ୍ଧିକିଙ୍କ ‘ଫଟୋଗ୍ରାଫ’

ମୁମ୍ବଇ : ନୱାଜ ଉଦ୍ଦିନ୍‍ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍‍ର ଶୁକ୍ରବାର(୧୫ମାର୍ଚ୍ଚ) ମୁକ୍ତିଲାଭ କରିଛି। ରିତେଶ ବର୍ମାଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନୱାଜ ଉଦ୍ଦିନ୍‍…
Read More...

ମୋରମ ଚୋରି କରୁଥିବା ଜେସିବି ଜବତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣୀ ଗ୍ରାମ ପଞ୍ଚାୟତରୁ ମୋରମ ଚୋରି କରାଯାଉଥିବା ବେଳେ ରାଜସ୍ୱ ବିଭାଗ ଏକ ଜେସିବି ମେସିନକୁ ଜବତ କରିଛି। ଶୁକ୍ରବାର ବଡଫେଣୀ ପଞ୍ଚାୟତର ବାଲିମୁଣ୍ଡଳି ରାଜସ୍ୱ ଗ୍ରାମରୁ…
Read More...

ମାର୍ଚ୍ଚ ୧୯ରେ ବଜାରକୁ ଆସିବ ଜିଓମିର ସବୁଠାରୁ ଶସ୍ତା ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ତାର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ଆଣ୍ଡ୍ରଏଡ ଗୋର ମାର୍ଚ୍ଚ ୧୯ରେ ବଜାର ପ୍ରବେଶ କରିବ। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଫାନକୁ ଲଞ୍ଚ କରାଯିବ। ତେବେ…
Read More...

୪୮ମେଗାପିକ୍ସେଲ କ୍ୟାମେରା ଥିବା ଓପୋ ଏଫ୍‍-୧୧ ପ୍ରୋର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଓପୋ ମାର୍ଚ୍ଚ ପ୍ରଥମ ସପ୍ତାହରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଓପୋ ଏଫ୍‍-୧୧ ଏବଂ ଓପୋ ଏଫ୍‍-୧୧ପ୍ରୋ ଲଞ୍ଚ କରିଥିଲା। ଏହି ଉଭୟ ଅଫଲାଇନ ଏବଂ ଅନଲାଇନ୍‍ ଷ୍ଟୋରରେ ଉପଲବ୍ଧ ରହିଛି। ଏହାର ବିଶେଷତ୍ୱ ବିଷୟରେ…
Read More...

ଧରାପଡିଲା ବାଘ ଚମଡା ର‍୍ୟାକେଟ : ୪ଟି ବାଘ ଚମଡା ଜବତ, ୭ଗିରଫ

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଶୁକ୍ରବାର ଏକ କଲରାପତରିଆ ବାଘ ଚମଡା କାରବାର ର‍୍ୟାକେଟ୍ ଧରାପଡିଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ର‍୍ୟାକେଟ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଦଳ ୪ଟି ବାଘ ଚମଡା ସହ ୭ଜଣଙ୍କୁ…
Read More...

ଧୋନୀଙ୍କ ଉପରେ ନିର୍ମାଣ ହେବ ୱେବସିରିଜ୍ ‘ରୋର୍ ଅଫ୍ ଦ ଲାୟନ୍’

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବେ ସୁପରିଚିତ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଏକ ୱେବସିରିଜ୍ ‘ରୋର୍ ଅଫ୍ ଦ ଲାୟନ୍’ ନିର୍ମାଣ ହେବାକୁ ଯାଉଛି। କବିର ଖାନଙ୍କ ନିର୍ଦେଶନାରେ…
Read More...

ଭିଭିପାଟ୍‌ ବିରୋଧରେ ୨୧ ବିରୋଧୀ ଦଳଙ୍କ ଆବେଦନ; ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ : ନିର୍ବାଚନରେ ଭିଭିପାଟ୍‌ ମେସିନ୍‌ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେଲୁଗୁଦଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ଆଗତ…
Read More...

ମାସୁଦକୁ ଦଲାଇ ଲାମାଙ୍କ ସହ ତୁଳନା କଲେ ପାକ୍‌ ସାମ୍ବାଦିକ

ନୂଆଦିଲ୍ଲୀ : ଚୀନ୍‌ କାହିଁକି ମାସୁଦ ଆଝାରକୁ ସୁରକ୍ଷା ଦେଉଛି ତାହାର ବାସ୍ତବ କାରଣ ଦର୍ଶାଇଛନ୍ତି ପାକିସ୍ତାନୀ ସାମ୍ବାଦିକ ହମିଦ ମିର୍‌। ସର୍ବଦା ଭାରତବିରୋଧୀ ଆଭିମୁଖ୍ୟ ପୋଷଣ କରିଆସିଥିବା ହମିଦ ଦର୍ଶାଇଛନ୍ତି ଯେ…
Read More...

ଏନ୍‌ସିପିର ୧୨ଜଣିଆ ପ୍ରାର୍ଥିତାଲିକା ପ୍ରକାଶ

ମୁମ୍ବଇ : ଶରଦ ପୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଲୋକସଭା ନିର୍ବାଚନ ପାଇଁ ପ୍ରତମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପୱାରଙ୍କ ପାରମ୍ପରିକ ବାରାମତି ଆସନରୁ ଝିଅ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ…
Read More...

ବିଏସ୍‌ଏଫ ଯବାନଙ୍କ ମୃତଦେହ ଉଦ୍ଧାର

ଅଗରତାଲା : ସୀମାସୁରକ୍ଷା ବଳର ସହକାରୀ ସବ୍‌ଇନ୍ସପେକ୍ଟର ଯୋଗେନ୍ଦ୍ର ସିଂହଙ୍କ ଗୁଳିବିଦ୍ଧ ମୃତଦେହ ଗୁରୁବାର ଦକ୍ଷିଣ ତ୍ରିପୁରାର ସାବ୍ରୁମ୍‌ ଅନ୍ତର୍ଗତ କାଥଲତାଲି ଅଞ୍ଚଳରୁ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ…
Read More...

ପଚରାଉଚରା ଶେଷ; ଛୁଟିରେ ଗଲେ ଅଭିନନ୍ଦନ

ନୂଆଦିଲ୍ଲୀ : ପାକିସ୍ତନ କବ୍‌ଜାରୁ ଫେରିବା ପରେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବାୟୁସେନା ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ଚାଲିଥିବା ପଚରାଉଚରା ଶେଷ ହୋଇଛି। ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଭାରତକୁ…
Read More...

ଶୁକ୍ରବାର ରାଶିଫଳ

ମେଷ: ଚାଲୁ ରହିଥିବା କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ଧନକ୍ଷୟ ହେବାର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବର ହେବେ। ମଧୁର ଭାଷୀ ହୋଇପାରନ୍ତି। ଆଖିରେ ପୀଡ଼ା ଉପୁଜି ପାରେ। ରାଜଯୋଗ ଅଛି। ବୃଷ:…
Read More...

ବିଜେପିରେ ମିଶିଲେ ଟିଏମ୍‌ସିର ଅର୍ଜୁନ ସିଂହ, କଂଗ୍ରେସର ଟମ ବଡକ୍କନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ଦଳବଦଳ ରାଜନୀତି ଜୋର ଧରିଛି। ଏହି କ୍ରମରେ ତୃଣମୂଳ କଂଗ୍ରେସ ନେତା ଅର୍ଜୁନ ସିଂହ ଓ କଂଗ୍ରେସ ନେତା ଟମ ବଡକ୍କମ ଗୁରୁବାର ବିଜେପିରେ ସାମିଲ…
Read More...

ଆଝାର ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର

ନୂଆଦିଲ୍ଲୀ : ଜାତିସଂଘରେ ମାସୁଦ ସମ୍ବନ୍ଧୀୟ ପ୍ରସ୍ତାବ କାଟ ଖାଇବା ଘଟଣାକୁ ନେଇ ନିର୍ବାଚନାଭିମୁଖୀ ଭାରତରେ ନୂତନ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି। ଦୁର୍ବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି…
Read More...

ନୋବେଲ ପୁରସ୍କାର ପାଇଁ ୧୬ବର୍ଷୀୟ କିଶୋରୀଙ୍କ ନାମ ସୁପାରିସ

କୋପେନ୍‌ହେଗେନ୍‌ : ବିଶ୍ବର ସର୍ବକନିଷ୍ଠ ନୋବେଲ ପୁରସ୍କାର ବିଜେତା ଭାବେ ପରିଚିତ ହୋଇଛନ୍ତି ପାକିସ୍ତାନର ମଲାଲା ୟୁସୁଫଜାଇ; କିନ୍ତୁ ସମ୍ପ୍ରତି ସ୍ବିଡେନ୍‌ର ଜ​‌ଣେ ୧୬ବର୍ଷୀୟ କିଶୋରୀଙ୍କ ନାମ ଏଥି ପାଇଁ ସୁପାରିସ…
Read More...

କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ମାର୍ଚ୍ଚ ୧୬ରେ

ନୂଆଦିଲ୍ଲୀ : ଲୋକସଭା ଓ ବିଧାନସଭା କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଏଆଇସିସି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ମାର୍ଚ୍ଚ ୧୬ରେ ବସିବ। ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସ୍କ୍ରିଂନିଂ କମିଟି ବୈଠକ…
Read More...

ବେଙ୍ଗାଲୁରୁକୁ ଉଠିଯିବ ରେଳ ବିଦ୍ୟୁତ୍‌ କାର୍ଯ୍ୟାଳୟ

ଭୁବନେଶ୍ୱର : ଓଡ଼ିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପୁଣିଥରେ ପ୍ରତିଫଳିତ ହୋଇଛି। ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାରେ ରେଳ ବିଦ୍ୟୁତ୍‌କରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଆସୁଥିବା ରେଳ ବିଦ୍ୟୁତ୍‌କରଣ କାର୍ଯ୍ୟାଳୟକୁ…
Read More...

ମାସୁଦ ଆଝାର ପ୍ରସଙ୍ଗ: ଭିନ୍ନ ଉପାୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତିସଂଘର ଚେତାବନୀ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଉଦ୍ୟମରେ ଚୀନ ଚତୁର୍ଥଥର ବାଟ ଓଗାଳିବା ପରେ ଜାତିସଙ୍ଘ କ୍ଷୁବ୍ଧ ହୋଇପଡିଛି। ବେଜିଂ ଏହି…
Read More...

ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାଜୀୟ ରାଜପଥ ଅବରୋଧ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ହଡୁମୁରିପଦର ଗ୍ରାମ ନିକଟରେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାଜୀୟ ରାଜପଥ ଅବରୋଧ କରାଯାଇଛି। ହଡୁମୁରିପଦର ଗ୍ରାମ ନିକଟରେ ତଳକୁ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଚମ୍ପି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, ଚମ୍ପି ଗ୍ରାମରେ ହନୁମାନ ମନ୍ଦିର ନିକଟରେ ଏକ ଘର…
Read More...

ମଦ ଜବତ, ୫ ଗିରଫ

ଖୁଣ୍ଟା : ଖୁଣ୍ଟା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଦେଶୀ ବିଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମଦ ଜବତ କରିଛି। ଗିରଫ ମାନେ ଓ ସେମାନଙ୍କ…
Read More...

ଧାମରାରେ ମତ୍ସ୍ୟଜିବୀଙ୍କୁ ଜିବୀକା ନିର୍ବାହ କରିବାକୁ ମନା କଲେ ବନ୍ଦର କର୍ତ୍ତୁପକ୍ଷ

ଧାମରା : ଧାମରାରେ ଥିବା ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରକୁ ଯାଇ ଜିବୀକା ନିର୍ବାହ କରିବାକୁ ବାରଣ କରୁଛନ୍ତି ବନ୍ଦର କର୍ତ୍ତୁପକ୍ଷ। ଏନେଇ ବନ୍ଦର କର୍ତ୍ତୁପକ୍ଷ ଚନ୍ଦନୀପାଳ ଠାରେ ମତ୍ସ୍ୟଜିବୀ ମାନଙ୍କୁ ନେଇ ଏକ ଆଲୋଚନା…
Read More...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ନିକଟରୁ ଅଡବା ପୁଲିସ ୨୩ କେଜି ଗଞ୍ଜେଇ ଜବତ କରିବା ସହ ରା.ଉଦୟଗିରି ଥାନା ତବାର ସାହି ଗ୍ରାମର ଥମାସ ମଣ୍ଡଳ ନାମକ ଜଣେ ଚୋରା ବେପାରୀକୁ ଗିରଫ କରିଥିବା…
Read More...

ଘାଟି ତଳକୁ ଓଲଟିଲା କାଠ ବୋଝେଇ ଟ୍ରକ, ଚୋରା ପିଆଶଳ କାଠ ଜବତ

ମୋହନା : ଗଜପତି ଜିଲା ମୋହନା ଅଞ୍ଚଳରେ ଦିନକୁ ଦିନ କାଠ ମାଫିଆମାନେ ସକ୍ରିୟ ହେବାକୁ ଲାଗିଛନ୍ତି। ଯାହା ଫଳରେ ସଂରକ୍ଷିତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ସାଧାରଣତଃ ଗଞ୍ଜାମ ଜିଲାର ବଡ଼ଗଡ, ସୋରଡା ଓ ରାୟଗଡା ଜିଲ୍ଲାର…
Read More...

ବିଜେଡିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର

ମାଲକାନଗିରି : ବହୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସରକାରୀ ଚାକିରିରୁ ସ୍ୱେଛାକୃତ ଭାବେ ଅବସର ନେଇ ପୂର୍ଣ୍ଣଚନ୍ଦ୍ର ବାକା ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ବହୁ ପୂର୍ବରୁ ପୂର୍ଣ୍ଣଚନ୍ଦ୍ର ବାକା ରାଜନୀତିରେ…
Read More...

ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଖଡିଆଳ : ସରକାର ଅପହଞ୍ଚ ଇଲାକା ମାନଙ୍କୁ ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଜନ କଲ୍ୟାଣ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ…
Read More...

ବିଜେପି ପକ୍ଷରୁ ଧାମରା ବନ୍ଦର ବିରୁଦ୍ଧରେ ୧୯ ତାରିଖରେ ଆନ୍ଦୋଳନ ଚେତାବନୀ

ଧାମରା : ଧାମରା ବନ୍ଦର କର୍ତ୍ତୁପକ୍ଷଙ୍କ ମନମାନୀରେ ଶିକାର ହେଉଛନ୍ତି ଅଞ୍ଚଳବାସୀ। ଦିନକୁ ଦିନ ବନ୍ଦର କର୍ତ୍ତୁପକ୍ଷ ବିସ୍ଥାପିତ ଏବଂ ଜମିହରା ମାନଙ୍କୁ ଠିକ ଭାବରେ କ୍ଷତି ପୂରଣ ନଦେଇ ମାନସିକ ନିର୍ଯ୍ୟାତନା ଦେବା,…
Read More...

ଧାମରାରେ ଇଭିଏମ ଓ ଭିଭିପାର୍ଟ ସଚେତନତା କାର୍ଯ୍ୟକ୍ରମ

ଧାମରା : ଭଦ୍ରକ ଜିଲା ଧାମରା ଜୋନର ଥିବା ଧାମରା, କଇଥଖୋଲା, ଦୋସିଙ୍ଗା, କରଞମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି , ଜାଗୁଳା ଏବଂ ବାଂସଡା ପଞ୍ଚାୟତ ଗୁଡିକରେ ଇଭିଏମ ଓ ଭିଭି ପାର୍ଟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ…
Read More...

ବଜ୍ରାଘାତରେ ମହିଳା ମୃତ

ପାଲଲହଡ଼ା : ଅନୁଗୁଳ ଜିଲା ପାଲଲହଡା ଥାନା ଅନ୍ତର୍ଗତ ଜମରା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ଘରେ ବସିଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିବା ଜଣାପଡିଛି।
Read More...

ସଡ଼କ ଦୁର୍ଘଟଣାରେ ୨ମୃତ, ଜଣେ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଚମ୍ପାଯୋଡି ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଦୁଇ ବାଇକ୍ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା…
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗ

କଟକ : କଟକ ଜିଲା ସାଲେପୁର ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗ କରାଯାଇଛି ।  କଟକ ଜିଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ସାଲେପୁର ଥାନାରେ ଏହି ଅଭିଯୋଗ  କରିଛନ୍ତି…
Read More...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

କୋଣାର୍କ : ପୁରୀ ଜିଲା ନିମାପଡ଼ା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ…
Read More...

ଡିଜିସିଏର କଡ଼ା ଅଭିମୁଖ୍ୟ; ବୋଇଂ ୭୩୭-ମ୍ୟାକ୍ସ ଉଡ଼ାଣ ନିଷିଦ୍ଧ

ନୂଆଦିଲ୍ଲୀ : ପାଞ୍ଚ ମାସ ମଧ୍ୟରେ ଦୁଇ ଦୁଇଟି ବିମାନ ଦୁର୍ଘଟଣାକୁ ନଜରରେ ରଖି ଭାରତରେ ବୋଇଂ ୭୩୭-ମ୍ୟାକ୍ସ ବିମାନ ଉଡାଣ ଉପରେ ନିଷେଧାଦେଶ ଲାଗିଛି । ଏହା ଫଳରେ ବୁଧବାର ଅପରାହ୍ନ ୪ଟା ପରଠାରୁ ଭାରତୀୟ ଆକାଶରେ ବୋଇଂ…
Read More...

ଦିନିକିଆରେ ଦ୍ରୁତ ୮୦୦୦ ରନ୍‌ କରିବାରେ ୩ୟ କ୍ରିକେଟର ହେଲେ ରୋହିତ

ନୂଆଦିଲ୍ଲୀ : ବୁଧବାର ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ଦିନିକିଆ ଖେଳୁଥିବାବେଳେ ଭାରତର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଉକ୍ତ ମ୍ୟାଚରେ ୪୬ ରନ କରିଥିବାବେଳେ ରୋହିତ…
Read More...

ଭାରତର ବ୍ୟାଟିଂ ବିଫଳ; ଅଷ୍ଟ୍ରେଲିଆ ସିରିଜ୍ ଜିତିଲା

ନୂଆଦିଲ୍ଲୀ : ୨୦୦୯ ପରେ ଅଷ୍ଟ୍ରେଲିଆଠାରୁ ଘରୋଇ ଦିନିକିଆ ସିରିଜ୍ ହାରିଛି ଭାରତ। ପୁଣି ୦-୨ରେ ପଛୁଆ ରହିବା ପରେ ଏକ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍ ଜିତିଛି ଅଷ୍ଟ୍ରେଲିଆ। ବୁଧବାର ୫ମ ତଥା ଅନ୍ତିମ ଦିନିକିଅା…
Read More...

ରାଜଗାଙ୍ଗପୁର ବିଧାନସଭା ମଣ୍ଡଳୀ; ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା

ସୁନ୍ଦରଗଡ/ରାଜଗାଙ୍ଗପୁର: ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ବିଭିନ୍ନ ରାଜନୈତିକ ଦଳର ଗତିବିଧି ବୃଦ୍ଧି ପାଇଛି । ଏ କ୍ରମରେ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ିର…
Read More...

ଗଂଜେଇ ଚୋରାଚାଲାଣ, ୩ ଗିରଫ

ଜୟପୁର : ଜୟପୁୁୁର ପୋଲିସ ଗଂଜେଇ ଚୋର ଚାଲାଣ ଅଭିିିଯୋଗରେ ୩ଜଣଙ୍କୁ ଗିିିରଫ କରିଛି । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରାଜ୍ୟ ବାହାର ଯୁବକ ରହିଥିବା…
Read More...

ଗୁରୁବାର ରାଶିଫଳ

ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ମନ ପ୍ରସନ୍ନ ରହିବ। ଅଶ୍ବିନୀ ଓ କୃର୍ତ୍ତିକା…
Read More...

ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ପୁଣି ଥରେ ବାଧକ ସାଜିଲା ଚୀନ

ନ୍ୟୁୟର୍କ/ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣାରେ ପୁଣି ଥରେ ଚୀନ ବାଧକ ସାଜିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ବୁଧବାର…
Read More...

ବେକାରି ସ୍ଥିତି ସଂଗୀନ; ୫ ପିଅନ ପଦକୁ ୨୩,୦୦୦ ଆବେଦନକାରୀ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ବେକାରି ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୋଟିଏ ଗୋଟିଏ ପଦକୁ ହଜାର ହଜାର ଆଶାୟୀ ଆବେଦନ କରିବା ଦେଶରେ ବେକାରି ହାରର ଉତ୍କଟ ଚିତ୍ରକୁ ପଦାରେ ପକାଇଦେଇଛି। ସମ୍ପ୍ରତି ୫ ପିଅନ ପଦ ପଦ…
Read More...

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ଚୂଡାନ୍ତ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ମେଣ୍ଟ ଚୂଡାନ୍ତ ହୋଇଛି। ବୁଧବାର ହୋଇଥିବା ମେଣ୍ଟ ଘୋଷଣା ଅନୁଯାୟୀ ରାଜ୍ୟର ୨୮ଟି ଲୋକସଭା ଆସନରୁ ୮ଟିରେ ଜେଡିଏସ୍ ପ୍ରାର୍ଥୀ ଦେବ…
Read More...

ହରିୟାଣାରେ ମେଣ୍ଟ ପାଇଁ ରାହୁଲଙ୍କୁ କେଜରିୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ସହିତ ମେଣ୍ଟ କରିବାରେ ବିଫଳ ହୋଇଥିବା ଆମ ଆଦମୀ ପାର୍ଟି (ଆପ୍) ଆବାହକ ଅରବିନ୍ଦ କେଜରିୱାଲ ଆଉ ଏକ ପ୍ରୟାସ କରିଛନ୍ତି। ବୁଧବାର କେଜରିୱାଲ କଂଗ୍ରେସ…
Read More...

ନିର୍ବାଚନ ଲଢିବେନି ପ୍ରିୟଙ୍କା!

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କଂଗ୍ରେସ ପ୍ରଚାର ଉପରେ ଗୁରୁତ୍ବ ଦେବା ଲାଗି ପ୍ରିୟଙ୍କା…
Read More...

ପୂର୍ବତନ ଯବାନଙ୍କୁ ହତ୍ୟା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ସେନାର ଜଣେ ପୂର୍ବତନ ଯବାନକୁ ବୁଧବାର ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ହତ୍ୟାର ଶିକାର ହୋଇଥିବା ପୂର୍ବତନ ଯବାନ ଜଣଙ୍କ ହେଉଛନ୍ତି ସୌକତ…
Read More...

ଲଭ୍ ଆଜ୍ କଲ୍ -୨ରେ ନଜର ଆସିବେ କାର୍ତ୍ତିକ-ସାରା

ମୁମ୍ବଇ : ବଲିଉଡ୍ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟ୍ୟନ ଏବେ ‘ଲଭ୍ ଆଜ୍ କଲ୍ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିର୍ଦ୍ଦେଶକ ଇମତିଆଜ ଅଲ୍ଲିଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ପୂର୍ବରୁ…
Read More...

ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ

ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ ସ୍ଥିତ ପାରଦେଶ୍ୱର ମନ୍ଦିର ସାମ୍ନାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ନାମ ବିନ ବିହାରୀ ଓ ତାଙ୍କ ଘର ଧର୍ମଗଡ ଥାନା…
Read More...

ମାତ୍ର ୧୭୯୯ଟଙ୍କାରେ ବଜାରକୁ ଆସିଲା ଲାଭାର ୪ଜି ଫିଚର ଫୋନ

ନୁଆଦିଲ୍ଲୀ : ଘରୋଇ ସ୍ମାର୍ଟଫୋନ କମ୍ପାନୀ ଲାଭା ଭାରତରେ ତାର ୪ଜି ଫିଚର ଫୋନ ଲାଭା ୩୪ସୁପର ଲଞ୍ଚ କରିଛି। ଲାଭାର ଏହି ଫୋନ ଜିଓର ୪ଜି ଫିଚର ଫୋନ ଜିଓ ଫୋନ-୧ ଏବଂ ଜିଓ ଫୋନ-୨କୁ ଟକ୍ତକର ଦେବାପାଇଁ ବଜାର ପ୍ରବେଶ…
Read More...

ନିର୍ବାଚନକୁ ବର୍ଜନ କରିବାକୁ କମ୍ୟୁନିଷ୍ଟ ପାର୍ଟିର ପ୍ରଚାରପତ୍ର

ଖଡିଆଳ : ଚଳିତ ବର୍ଷ ସାରା ଦେଶରେ ଅନୁଷ୍ଠିତ ହେବାକୁଥିବା ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଲୋକଙ୍କୁ ହିନ୍ଦି…
Read More...

ଧାମରାରେ ହୋଡିଂ ଖୋଲିବାକୁ ଦଳ ନାଚାର

ଧାମରା : ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଧାମରାରୁ ହୋଡିଂ ଖୋଲିବାକୁ ନେଇ ପ୍ରଶାସନକୁ ନାକେଦମ ହେବାକୁ ପଡିଛି। ଧାମରା ଅଞ୍ଚଳ ଏକ ଅଧ୍ୟୁଷିତ ଅଞ୍ଚଳ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ କେବଳ ଧାମରା…
Read More...

ଖଟୁଆପାଟଣା ଗାଁରେ ମଇଁଷି ମଡକ ଘଟଣା

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ଗତ ୨୦୧୮ ଫେବୃଆରୀରେ ଦେଖା ଦେଇଥିଲା ମଇଁଷି ମଡକ। ଏଥିରେ ଦୀର୍ଘ ୧୫ଦିନ ଧରି ଗାଁର ୩୦ ପରିବାରଙ୍କର ୨୫୦ରୁ ଉର୍ଦ୍ଧ ମଇଁଷିଙ୍କ ମୃତ୍ୟୁ ଘଟିଥିଲା। ମଇଁଷି…
Read More...

ଭାରତୀୟ ବଜାରକୁ ଆସିଲା ୩୯ଇଞ୍ଚର ଶସ୍ତା ଏଲଇଡି ଟିଭି

ନୂଆଦିଲ୍ଲୀ : ଶିଙ୍କୋ ଇଣ୍ଡିଆ ଭାରତୀୟ ବଜାରରେ ତାର ନୂଆ ଲଇଡି ଟିଭି ଏସଓ୪ଏ ଲଞ୍ଚ କରିଛି। ଶିଙ୍କୋ ଇଣ୍ଡିଆର ଏହି ଟିଭିରେ ୩୯ଇଞ୍ଚର ଡିସପ୍ଲେ ରହିଛି। ଯାହା ୪କେ ଭିଡିଓକୁ ମଧ୍ୟ ସପୋର୍ଟ କରିଥାଏ। ଏହି ଟିଭିରେ ଆପଣ…
Read More...

ଦୁଇଟି ଜେନେରେସନକୁ ନେଇ ପରଦାକୁ ଆସିବ ସୁଶାନ୍ତଙ୍କ “ଛିଛୋରେ”

ମୁମ୍ବଇ: ଏମ୍‍ ଏସ୍‍ ଧୋନୀ ଚଳଚ୍ଚିତ୍ରରୁ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡର ହ୍ୟାଣ୍ଡସମ୍ ଏବଂ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଖୁବଶୀଘ୍ର ଦୁଇଟି ଜେନେରେସନକୁ ନେଇ…
Read More...

ଭୋଟ ଦେଇପାରିବେ ଏନଆରସିରେ ନାମ ନଥିବା ଲୋକ

ନୂଆଦିଲ୍ଲୀ : ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)ରେ ନାମ ନଥିବା ଲୋକମାନେ ଆସନ୍ତା ଲୋକସଭା ନିର୍ବାଚନରେ ଭୋଟ ଦେଇପାରିବେ ଓ ଏହାଦ୍ୱାରା ସେମାନଙ୍କର ମତଦାନ ଅଧିକାର ପ୍ରଭାବିତ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ…
Read More...

ମେଟାଲ ବୋଝେଇ ଟ୍ରାକ୍ଟର ଜବତ

ବଡ଼ସାହି : ମଙ୍ଗଳବାର ସକାଳେ ଡୁକୁରା ରେଞ୍ଜ ବନବିଭାଗର କର୍ମଚାରୀମାନେ ବାଇଗଣବାଡିଆ ଠାରେ ଏକ ମେଟାଲ ବୋଝେଇ ଟ୍ରାକ୍ଟର (ନଂ ଓଡି୧୧ଏଫ-୫୫୭୭)କୁ ଜବତ କରିଛନ୍ତି। ଶିମିଳିପାଳ ସଂଲଗ୍ନ ମହୁଲକରକଚିଆ ଗାଁ ପାଖ ବଡହୁଡିସ୍ଥିତ…
Read More...

ପଞ୍ଜାବରେ ଆପ ସହ ମେଣ୍ଟ କରିବାକୁ ମନାକଲା କଂଗ୍ରେସ

ଚଣ୍ଡିଗଡ଼ : କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରଚେଷ୍ଟା ଚଳାଇଥିବା ଆମ ଆଦମୀ ପାର୍ଟି (ଆପ)କୁ ପଞ୍ଜାବରେ ଝଟକା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ଏକାକୀ…
Read More...

ଦୁଇ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଧର୍ମଗଡ : ଧର୍ମଗଡରେ ମଙ୍ଗଳବାର ଦୁଇଟି ପୃଥକ ସ୍ଥାନରେ ଦୁଇ ଜଣ ମହିଳା ଆତ୍ମହତ୍ୟା କରିଥିବା ଖବର ଶୁଣିବାକୁ ମିଳିଥିଲା। ଆତ୍ମହତ୍ୟା କରିଥିବା ଦୁଇ ଜଣ ମହିଳା ବିବାହିତା ହୋଇଥିବାବେଳେ ଜଣେ ନବ ବଧୁ ଅଟନ୍ତି। ୮ ଦିନ ତଳେ…
Read More...

ପଟ୍ଟା ପ୍ରଦାନରେ ପାତର ଅନ୍ତରକୁ ନେଇ ଏନଏସି କାର୍ଯ୍ୟାଳୟ ଘେରାଓ କଲେ ହିତାଧିକାରୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘର ଡିହ ପଟ୍ଟା ପ୍ରଦାନରେ ପାତର ଅନ୍ତରକୁ ନେଇ ଅସନ୍ତୋଷ ଦେଖାଦେବା ସହିତ ସୋମବାର ଘର ଡିହ ପଟ୍ଟା ପାଇନଥିବା ହିତାଧିକାରୀ ମାନେ ଖଡିଆଳ ଏନଏସି କାର୍ଯ୍ୟାଳୟ…
Read More...

କପି କରିବାକୁ ଦାବି କରି ପରୀକ୍ଷା ହଲ ଛାଡିଲେ ଛାତ୍ରଛାତ୍ରୀ

ଦେବଗଡ଼ : ଦେବଗଡ଼ କଲେଜରେ କପି କରିବାକୁ ଦାବି କରି ୪୪ଛାତ୍ର ଓ ୨୪ଛାତ୍ରୀ ପରୀକ୍ଷା ହଲ ଛାଡିଥିବା ଜଣାପଡିଛି। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ପରୀକ୍ଷା ହଲରୁ ବାହାରି ପଡିବା ସହ ହଲରେ…
Read More...

୩ ମାସର ସର୍ବୋଚ୍ଚସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ : ଫେବୃଆରୀ ମାସରେ ଖୁରୁରା ମୁଦ୍ରାସ୍ଫୀତି ୩ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଏହାସହ ଉଦ୍ୟୋଗିକ ଉତ୍ପାଦନ ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଫେବୃଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ…
Read More...

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ଧାମରା : ଭଦ୍ରକ ଜିଲା ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା ଜେଟିରେ ମଙ୍ଗଳବାର ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣ ୪ଟା ସମୟରେ ଏକ ମୃତଦେହ ଏହି…
Read More...

ଟ୍ରେନ ଧକ୍କାରେ ଛାତ୍ର ମୃତ

ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନାରଙ୍ଗପୁର ଗ୍ରାମର ଜଣେ ଛାତ୍ରଙ୍କର ମଙ୍ଗଳବାର ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଛାତ୍ର ଜଣଙ୍କ ଧର୍ମେନ୍ଦ୍ର ସାହୁଙ୍କ ପୁଅ ଅନିଶ କୁମାର…
Read More...

ପ୍ରଥମ ନିର୍ବାଚନ ର‍୍ୟାଲିରେ ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା

ଗାନ୍ଧୀନଗର : କଂଗ୍ରେସର ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଏବଂ ସାଧାରଣ ସମ୍ପାଦକ ପଦ ଭାର ଗ୍ରହଣ କରିବା ପରେ ମଙ୍ଗଳବାର ଗୁଜୁରାଟଠାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରଥମ ନିର୍ବାଚନ ର‍୍ୟାଲିକୁ ସମ୍ବୋଧନ କରିଛନ୍ତି।…
Read More...

ରିଅଲମି-୩ର ପ୍ରଥମ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଓପୋର ସବ-ବ୍ରାଣ୍ଡ ରିଅଲମି କିଛିଦିନ ତଳେ ଭାରତରେ ତାର ନୂଆ ସ୍ମାର୍ଟଫୋନ ରିଅଲମି-୩ ଲଞ୍ଚ କରିଥିଲା। ଏହି ଫୋନକୁ ଫ୍ଲିପକାର୍ଟ ଏବଂ ରିଅଲମି ଡଟକମରୁ କିଣି ପାରିବେ। ଏହି ଫୋନରେ ୱାଟର ଡ୍ରପ ନୋଟ…
Read More...

କଂଗ୍ରେସକୁ ମାୟାଙ୍କ ଆଉ ଏକ ଝଟକା

ମୁମ୍ବଇ : ଲୋକସଭା ନିର୍ବାଚନ ରଣନୀତି ପ୍ରସ୍ତୁତି ପାଇଁ ମଙ୍ଗଳବାର ଗୁଜୁରାଟଠାରେ କଂଗ୍ରେସ କାର୍ଯ୍ୟକାରିଣୀ କିମିଟି (ସିଡବ୍ଲ୍ୟୁସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା…
Read More...

ଶିମିଳିପାଳ ପାଦଦେଶରେ ବେଆଇନ ବ୍ଲାଷ୍ଟି୍‍ଂ

ବଡ଼ସାହି : ଶିମିଳିପାଳ ପାଦଦେଶରେ ଥିବା ଏକ ବେଆଇନ ପଥର ଖାଦାନରୁ ରବିବାର ବଡ଼ସାହି ପୁଲିସ ଏକ କମ୍ପ୍ରେସର ସହିତ ଜିପକୁ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ ପୂର୍ବକ ତଦନ୍ତ ଜାରି ରହିଛି। ସୂଚନା ମୁତାବକ, ସୋମବାର…
Read More...

ବଡ଼ସାହିରେ ହୋଡିଙ୍ଗ ବ୍ୟାନର ଉଚ୍ଛେଦ ଆରମ୍ଭ 

ବଡ଼ସାହି : ରବିବାର ସାଧାରଣ ନିର୍ବାଚନ ଘୋଷଣା ସାଙ୍ଗକୁ ଆଚରଣବିଧି ଲାଗୁ ହୋଇଛି। ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ବଡ଼ସାହି ବ୍ଳକ ଅଞ୍ଚଳରେ ଲଗାଯାଇଥିବା ବିଭିନ୍ନ ସରକାରୀ ଓ ରାଜନୈତିକ ଦଳ ତଥା ଆଶାୟୀ…
Read More...

ମଦ ବେପାରୀ ଗିରଫ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ପୁଲିସ୍‍ ପାଇକପଡା ଗ୍ରାମରେ ବେଆଇନ ଦେଶୀ ମଦ କାରବାର କରୁଥିବା ବେଳେ ଜଣଙ୍କୁ ଗିରଫ କରିଥିବା  ଜଣାପଡିଛି। ଗିରଫ ଜଣଙ୍କ ଭାସ୍କର ନାଏକ(୪୭)। ଗିରଫ କରି ତାଙ୍କ ଠାରୁ ୧୦ଲିଟର ଦେଶୀ…
Read More...

ମୋହନା ବ୍ଲକ୍‍ର ବିଭିନ୍ନ ସ୍ଥାନରୁ ହଟାଗଲା ହୋଡ଼ିଂ

ମୋହନା : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଗଜପତି ଜିଲ୍ଲା ମୋହନା ବ୍ଲକ୍‍ର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋଡ଼ିଂ ଗୁଡ଼ିକ ହଟାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାଦେବୀ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ…
Read More...

କ୍ରୀଡା ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ନେମାଳ : କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ଦ୍ୱାର ଶନିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…
Read More...

ପାଣିରେ ବୁଡି ୨ନାବାଳକ ମୃତ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ଗ୍ରାମାଞ୍ଚଳ ଥାନା ଜାମୁଡ଼ାଳି ଗ୍ରାମର ସ୍ଥାନୀୟ ମାତକୋମ ସାହି ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ୨ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପାଣିରେ ଖେଳୁଥିବା ବେଳେ…
Read More...

୪୮ମେଗାପିକ୍ସେଲ କ୍ୟାମେରା ଥିବା ଭାରତରେ ବିକ୍ରି ହେଉଥିବା ୫ଟି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଗତବର୍ଷ ପର୍ୟ୍ୟନ୍ତ ସ୍ମାର୍ଟଫୋନ ବଜାରରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ଟ୍ରେଣ୍ଡ ଚାଲିଥିଲା। ସେହିଭଳି ଚଳିତ ବର୍ଷ ୨୦୧୯ରେ ପ୍ରଥମରୁ ହିଁ ୪୮ମେଗାପିକ୍ସେଲ କ୍ୟାମେରା ଥିବା ସ୍ମାର୍ଟଫୋନ ଲଞ୍ଚ ହେଉଛି।…
Read More...

ମାଓବାଦୀଙ୍କ ଲଙ୍କାକାଣ୍ଡ ; ପୋଡ଼ି ଦେଲେ ୨ଗାଡ଼ି

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଥାନା କିରାବେଡା ନିକଟରେ ୪୦ରୁ ୫୦ମାଓବାଦୀ ୨ଟି ଗାଡି ପୋଡ଼ି ଦେଇଥିବା ଜଣାପଡିଛି। ରାସ୍ତାକାମରେ ନିୟୋଜିତ ଥିବା ଏକ ଟିପର ଏବଂ ଜେସିବି ପୋଡ଼ି ଦେଇଛନ୍ତି। ମାଓବାଦୀ ମାନେ ଗାଡ଼ି…
Read More...

ଜାଲ ନୋଟ କାରବାରରେ ୩ଗିରଫ

ମାଲକାନଗିରି : ମାଲକାନଗିରି ଜିଲାରେ ଜାଲନୋଟ କାରବାରରେ ସପୃକ୍ତ ଥିବା ତିନି ଜଣ ଗିରଫ ହୋଇଥିବା ଜଣାପଡିଛି। ଏମଭି-୧୩ ଅଞ୍ଚଳରୁ ୨ଜଣ ଏବଂ ପାଣ୍ଡିରିପାଣି ଅଞ୍ଚଳରୁ ଜଣେ ଗିରଫ ହୋଇଛନ୍ତି । ଗିରଫ କରି ସେମାନଙ୍କ ଠାରୁ…
Read More...

ବିଜେପିରେ ପ୍ରାର୍ଥୀ ଚୟନ ନେଇ ମାତାମତ ସଂଗ୍ରହ ବେଳେ ହଟ୍ଟଗୋଳ

ଝାରସୁଗୁଡ଼ା : ଶନିବାର ବଜେପିର ପ୍ରାର୍ଥୀ ଚୟନ କରାଯିବାନେଇ ଚାଲିଥିବା ମତଦାନ ସଂଗ୍ରହ ବେଳେ ହଟ୍ଟଗୋଳ ହୋଇ ତାହା ଉଗ୍ରରୂପ ନେବାପରେ ପ୍ରାର୍ଥୀ ଚୟନ ବନ୍ଦ ହୋଇଯାଇଛି । କିଛିଦିନ ପୂର୍ବରୁ କେତେକ ଅସନ୍ତୁଷ୍ଠ ଗୋଷ୍ଠୀ…
Read More...

ବିଜେଡ଼ି ମହିଳାଙ୍କୁ ସୁଯୋଗ ଦେଲେ ମୁଁ ସମର୍ଥନ କରିବି: ଅନୁପ ସାଏ

ଝାରସୁଗୁଡ଼ା : ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚନ ଲଢ଼ିବାକୁ ସୂଯୋଗ ଦେବାକୁ ମନସ୍ଥ କରିଛି । ଏହି ପରିପେକ୍ଷୀରେ ବ୍ରଜରାଜନଗରରୁ ଜଣେ ମହିଳାଙ୍କୁ ବିଜେଡ଼ି ଟିକଟ ଦେଲେ ମୁଁ…
Read More...

ଶିଶୁ ପୁତ୍ରକୁ ଜନ୍ମ ଦେଇ ମାଁ ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରକୁ ଜନ୍ମ ଦେଇ ମାଁର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, ମୋହନା ବ୍ଲକ୍‍ ପିଣ୍ଡିକି…
Read More...