ନୂଆଦିଲ୍ଲୀ : ପାକିସ୍ତନ କବ୍ଜାରୁ ଫେରିବା ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବାୟୁସେନା ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ଚାଲିଥିବା ପଚରାଉଚରା ଶେଷ ହୋଇଛି। ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ଦିଲ୍ଲୀ ସେନା ହସ୍ପିଟାଲରେ ତାଙ୍କର ଆବଶ୍ୟକ ଚିକିତ୍ସା କରାଯାଇଥିଲା। ଏହା ପରଠାରୁ ନୀତିନିୟମ ଆଧାରରେ ତାଙ୍କର ଜେରା ଚାଲିଥିଲା। ଗୁରୁବାର ଏହା ଶେଷ ହେବା ପରେ ଅଭିନନ୍ଦନ ସପ୍ତାହକ ପାଇଁ ଅସୁସ୍ଥତାଜନିତ ଛୁଟିରେ ଯାଇଛନ୍ତି। ଡାକ୍ତରୀ ବୋର୍ଡ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥତାର ପ୍ରମାଣପତ୍ର ଦେବା ପରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି।
Popular Categories


