www.samajalive.in
Thursday, December 11, 2025
15.1 C
Bhubaneswar

ରିଅଲମି-୩ର ପ୍ରଥମ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଓପୋର ସବ-ବ୍ରାଣ୍ଡ ରିଅଲମି କିଛିଦିନ ତଳେ ଭାରତରେ ତାର ନୂଆ ସ୍ମାର୍ଟଫୋନ ରିଅଲମି-୩ ଲଞ୍ଚ କରିଥିଲା। ଏହି ଫୋନକୁ ଫ୍ଲିପକାର୍ଟ ଏବଂ ରିଅଲମି ଡଟକମରୁ କିଣି ପାରିବେ। ଏହି ଫୋନରେ ୱାଟର ଡ୍ରପ ନୋଟ ଡିସପ୍ଲେ ସହିତ ଡୁଆଲ ରିୟର କ୍ୟାମେରା ଏବଂ ବଡ ବ୍ୟାଟେରୀ ମିଳିବ। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ କଲର ଓଏସ୍ ୬.୦ମିଳିବ। ଏହାବ୍ୟତୀତ ଏହି ଫୋନରେ ୬.୨ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମିଳିବ। ଯେଉଁଥିରେ ଗରିଲା ଗ୍ଲାସ-୩ର ପ୍ରୋଟେକ୍ସନ ମିଳିବ। ଏହାବ୍ୟତୀତ ଏହି ଫୋନରେ ୩ଜିବି/୪ଜିବି ରାମ୍ ଏବଂ ୩୨ଜିବି/୬୪ଜିବି ଷ୍ଟୋରେଜ ମିଳିବ। ଏଥିରେ ମିଡିଆଟେକର ହିଲିୟୋ ପି-୭୦ପ୍ରୋସେସର ରହିଛି।

courtesy-india gizmo

ରିଅଲମି-୩ର କ୍ୟାମେରା
ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧ମେଗାପିକ୍ସେଲର ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୧୩ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ୨.୦ରହିଛି। ଏଥିରେ ଆପଣଙ୍କୁ ଫେସ-ଅନଲକ ମଧ୍ୟ ମିଳିବ। ଏହାବ୍ୟତୀତ ଫୋନରେ ୪୨୩୦ଏମ୍ଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏଥିରେ ୧୦ୱାଟର ଚାର୍ଜର ମାଗରଣାରେ ପାଇପାରିବେ। ସଂଯୋଗ ପାଇଁ ଫୋନରେ ଡୁଆଲ ୪ଜି ସପୋର୍ଟ ଏବଂ ୩କାର୍ଡ ସ୍ଲଟ ରହିଛି। ଯାହା ଗୋଟିଏ ମେମୋରୀ ଏବଂ ଦୁଇଟି ସିମ ପାଇଁ ରହିଛି। ଫୋନର ବ୍ୟାକ ପ୍ୟାନେଲରେ ଟିପଚିହ୍ନ ସେନସର ମଧ୍ୟ ଦିଆଯାଇଛି।

- Advertisement -
courtesy-specsraja.com

ରିଅଲମି-୩ର ମୂଲ୍ୟ
ଏହି ଫୋନର ୩ଜିବି ରାମ ଏବଂ ୩୨ଜିବି ମଡେଲର ମୂଲ୍ୟ ୮ହଜାର ୯୯୯ଟଙ୍କା। ଏହାର ୪ଜିବି ରାମ ସହିତ ୬୪ଜିବି ମଡେଲର ମୂଲ୍ୟ ୧୦ହଜାର ୯୯୯ଟଙ୍କା। ଏହା ସହିତ ଜିଓ ତରଫରୁ ୫ହଜାର ୩୦୦ଟଙ୍କାର ଫାଇଦା ମିଳିବ। ଏହାସହିତ ଏଚଡିଏଫସି କାର୍ଡରୁ ପେମେଣ୍ଟ କରିବା ଦ୍ବାରା ୫୦୦ଟଙ୍କାର ରିଆତି ମିଳିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories