www.samajalive.in
Tuesday, December 9, 2025
16.1 C
Bhubaneswar

ଟାଣ ଖରାରୁ ତ୍ବଚାକୁ ରକ୍ଷା କରିବାର ଟିପ୍ସ

ପାଣିପାଗରେ ପରିବର୍ତ୍ତନ ହୋଇଛି । ଧୀରେ ଧୀରେ ଖରାର ପ୍ରକୋପ ବଢିବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ଚେହେରାରେ ଦେଖିବାକୁ ମିଳୁଛି । ଟାଣ ଖରାର ପ୍ରଭାବରେ ଚେହେରା କଳା ପଡିବା ସହ ସନ୍ ଟ୍ୟାନ୍ ଦେଖିବାକୁ ମିଳିଛି । ତେବେ ଗ୍ରୀଷ୍ମରେ ସତେଜ ଓ ଗୋରା ତ୍ବଚା ପାଇଁ ଆପଣାନ୍ତୁ ଏହି ଉପାୟ….

ସ୍କ୍ରବ : ପାଣିପାଗ ପରିବର୍ତ୍ତନ ତ୍ବଚା ପାଇଁ ହାନିକାରକ ହୋଇପାରେ । ଥଣ୍ଡା ବା ବର୍ଷା ଋତୁରେ ଚେହେରାରେ ମୃତ କୋଷିକା ବା ଡେଡ୍ ସେଲ ଜମି ରହିଥାଏ । ଯାହା ଦ୍ବାରା ଚେହେରା କଳା ଦେଖା ଯାଇଥାଏ । କିନ୍ତୁ ହଠାତ୍ ଖରା ହେବା ଯୋଗୁ ତ୍ବଚା କଳା ପଡୁଛି ବୋଲି ସମସ୍ତେ ଭାବିଥାଆନ୍ତି। ତେଣୁ ଏହାକୁ ଚେହେରାରୁ ହଟାଇବା ବହୁତ ଜରୁରୀ । ପ୍ରତି ସପ୍ତାହରେ ଥରେ କିମ୍ବା ଦୁଇ ଥର ସ୍କ୍ରବ କରିବା ଉଚିତ୍ । ଏହା ଦ୍ବାରା ତ୍ବଚା ସଫା ଦେଖାଯାଇଥାଏ । ଚିନି ଓ କଫି ସ୍କ୍ରବ ପାଇଁ ବ୍ୟବହାର କରି ପାରିବେ ।

- Advertisement -

ଖରାରୁ ରକ୍ଷା ପାଇବା ପାଇଁ : ଟାଣ ଓ ଝାଳ ଦ୍ବାରା ଚେହେରା କଳା ପଡି ଯାଇଥାଏ । ଘରୋଇ ଉପାୟରେ ଏଥରୁ ମୁକ୍ତି ପାଇବା ପାଇଁ ଓଟ୍ସକୁ ପେଶି ସେଥିରେ କ୍ଷୀର ଓ ବେସନ ମିଶାଇ ଚେହେରାରେ ଲଗାନ୍ତୁ । ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ହୋଇ ପଡନ୍ତୁ ।

ପୌଷ୍ଟିକ ଖାଦ୍ୟ : ସଫା ବା ଗ୍ଲୋଇଙ୍ଗ ତ୍ବଚା ପାଇଁ ପୌଷ୍ଟିକ ଆହର ନେବା ଅତ୍ୟନ୍ତ ଜରୁରୀ । ଭୋଜନରେ ସନ୍ତୁଳିତ ଖାଦ୍ୟ ବା ପୌଷ୍ଟିକ ଖାଦ୍ୟ ସାମିଲ କରନ୍ତୁ । ସତେଜ ଫଳ ଓ ପନିପରିବା ଭୋଜନରେ ସାମିଲ କରିବା ଦ୍ବାରା ତ୍ବଚାରେ ତୋଫାପଣ ନଜର ଆସିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories