www.samajalive.in
Friday, December 5, 2025
26.1 C
Bhubaneswar

ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୦ ମେ ଶୁକ୍ରବାର ଦିନ ପାଳନ କରାଯିବ। ଅକ୍ଷୟ ତୃତୀୟା ବୈଶାଖ ଶୁକ୍ଳ ତୃତୀୟା ତିଥିରେ ପାଳନ କରାଯାଏ। ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଏହାଦ୍ୱାରା ଅଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଧନ କ୍ଷୟ ହୋଇନଥାଏ। ଘରେ ଧନ ଓ ସମ୍ପତ୍ତି ଭରପୁର ହୋଇ ରହିଥାଏ। ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ଅକ୍ଷୟ ତୃତୀୟା ଦିନ ଯେଉଁ କାର୍ଯ୍ୟ କରନ୍ତି, ତାହାର ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ସମସ୍ତ ମାଙ୍ଗଳିକ କାର୍ଯ୍ୟ କରାଯାଏ। ଏହି ଦିନ କୌଣସି କାର୍ଯ୍ୟ କରିବା ପାଇଁ ଶୁଭ ସମୟର ଆବଶ୍ୟକତା ନଥାଏ। ଅକ୍ଷୟ ତୃତୀୟା ଦିନ ସୁନା,ଚାନ୍ଦି, ଆଭୂଷଣ, ଘର, ବାହନ ଆଦି କିଣାଯାଏ। ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ, ସୁନା ନା ଚାନ୍ଦି? କ’ଣ କିଣିବା ଅଧିକ ଶୁଭଙ୍କର।
ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଦିନ ସୁନା କିଣିବେ ନା ଚାନ୍ଦି। ଉଭୟର ମହତ୍ତ୍ୱ ଭିନ୍ନ ଭିନ୍ନ ରହିଛି। ସୁନାକୁ ମା’ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ଚାନ୍ଦିର ସମ୍ବନ୍ଧ ଶୁକ୍ର ଏବଂ ଚନ୍ଦ୍ରମାଙ୍କ ସହ ରହିଛି।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

- Advertisement -

ପୌରାଣିକ ମାନ୍ୟତା ଅନୁସାରେ, ଯେଉଁ ସମୟରେ ସମୁଦ୍ର ମନ୍ଥନ ହୋଇଥିଲା, ସେହି ସମୟରେ ସୁନା ମଧ୍ୟ ବାହାରି ଥିଲା। ଯାହାକୁ ମା’ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ସେହି ସୁନାକୁ ଭଗବାନ ବିଷ୍ଣୁ ଧାରଣ କରିଥିଲେ। ଆପଣ ସୁନା କିମ୍ବା ଚାନ୍ଦିରେ ତିଆରି ଆଭୂଷଣ କିଣି ଘରକୁ ଆଣିଲେ, ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଅକ୍ଷୟ ତୃତୀୟା ଦିନ କିଣିଥିବା ଧନ,ସମ୍ପତ୍ତି ସର୍ବଦା ବୃଦ୍ଧି ହୋଇଥାଏ।

ଜାଣନ୍ତି କି କେଉଁ ସମୟରେ ପୂଜା କଲେ ପ୍ରସନ୍ନ ହୁଅନ୍ତି ମା’ଲକ୍ଷ୍ମୀ: ହୁଏ ଧନର ବର୍ଷା, ଚମକେ ଭାଗ୍ୟ..

ଚାନ୍ଦିର ସମ୍ବନ୍ଧ ଶୁକ୍ର ଓ ଚନ୍ଦ୍ରମାଙ୍କ ସହ ରହିଛି। ଶୁକ୍ର ସୁଖସମୃଦ୍ଧି, ସୁବିଧା, ପ୍ରେମ, ସନ୍ତାନ ଆଦିର କାରକ। ତେଣୁ ଚାନ୍ଦି କିମ୍ବା ଚାନ୍ଦିରେ ତିଆରି ଜିନିଷ କିଣିବା ଦ୍ୱାରା ଉଭୟ ଶୁକ୍ର ଓ ଚନ୍ଦ୍ରମାଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜାତକରେ ମଜଭୂତ ହୋଇଥାଆନ୍ତି। ଚନ୍ଦ୍ରମା ମଜଭୂତ ହେବା ଦ୍ୱାରା ବ୍ୟକ୍ତି ମାନସିକ ରୂପରେ ମଜଭୂତ ହୋଇଥାଆନ୍ତି। ଏହାସହ ଶୁକ୍ରଙ୍କ ପାଇଁ ଜୀବନରେ ସମସ୍ତ ପ୍ରକାରର ସୁଖସମୃଦ୍ଧି,ଭଲ ପାଇବା ଆଦି ମିଳିଥାଏ।

ନିୟମିତ ଏହି ଗୋଟିଏ ପତ୍ର ଖାଇଲେ ହେବ ନାହିଁ ଉଚ୍ଚ ରକ୍ତଚାପ, ମଧୁମେହ..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories