କଣ ରହିଛି ଆଜି ଆପଣଙ୍କ ଭାଗ୍ୟ: ସୋମବାର ରାଶିଫଳ

ମେଷ: ବ୍ରହ୍ମକଲ୍ୟାଣ ପ୍ରାପ୍ତ ହୋଇ ନିଜ ବକ୍ତବ୍ୟରେ ଶ୍ରୋତାମାନଙ୍କ ମନ ମୋହିପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ମୁକ୍ତ ହେବେ।
ବୃଷ: ଜଣେ ବିଜ୍ଞ ବ୍ୟକ୍ତି ଭାବେ ସାମାନ୍ୟ ଅପରାଧରେ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ କ୍ଷମତାଶୀଳ ହେବେ। ସଦା-ସର୍ବଦା ଦୟା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବହୁ ବିତ୍ତର ଅଧିକାରୀ ହେବେ। କାର୍ଯ୍ୟଦକ୍ଷ ହୋଇପାରନ୍ତି।
ମିଥୁନ: ଧର୍ମ-ଧାରଣା ଯୁକ୍ତହେବେ। ବାସଗୃହ ପ୍ରଦୂଷଣ ମୁକ୍ତ ରହିବ। ସରକାରୀ ସହାୟତାରୁ ଧନଲାଭ ହେବ। ଯାନ-ବାହାନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଘଟିପାରେ। ସୁସ୍ଥ ଓ ନିରାମୟ ରହିବେ।
କର୍କଟ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରୀସ୍ତରରୁ ଲାଭପ୍ରାପ୍ତ ହେବେ। ଦେବ ଦର୍ଶନ ପାଇ ସନ୍ତୁଷ୍ଟ ହେବେ।
ସିଂହ: ପୁଣ୍ୟବାନ୍‌ ହେବେ। ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହେବେ। ଦେବ-ଦ୍ବିଜ ପରାୟଣ ହୋଇପାରନ୍ତି। ଧନାଗମ ହେବ।
କନ୍ୟା :ବିବିଧ ଉପାୟରେ ଧନ ଅର୍ଜନ କରୁଥିବାବେଳେ ସ୍ବାସ୍ଥ୍ୟ ସମସ୍ୟା ଆଦି କାରଣ ଯୋଗୁଁ ବ୍ୟୟ ବାଧକ ହୋଇପାରେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଚିନ୍ତାଧାରା ଉତ୍ତମମାନର ହେବ।
ତୁଳା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କାର୍ଯ୍ୟ ଶାନ୍ତିପ୍ରଦ ହେବ। ଅସାଧ୍ୟ ସାଧନ ଶକ୍ତି ଆପଣଙ୍କଠାରେ ରହିବ। ସରକାରୀସ୍ତରରୁ ସମ୍ମାନ ସହିତ ଧନପ୍ରାପ୍ତ ହେବେ।
ବିଛା: ମହନୀୟ ଯଶ ଅର୍ଜନ କରି ଆତ୍ମସନ୍ତୋଷ ଲାଭ କରିବେ। ନ୍ୟାୟ, ନୀତି ବିଶାରଦ ହୋଇପାରନ୍ତି। ଶିଳ୍ପ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। କରିତ୍‌ କର୍ମା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କୁଶଳୀ ସୈନିକ ଭାବେ ରଣ କର୍ମ ଦକ୍ଷ ହେବେ। ଆଜି ଏପରି ଗୋଟିଏ ଦିନ ଯେକୌଣସି କାର୍ଯ୍ୟରେ ହାତ ଦେଲେ ସେଥିରେ କୃତକାର୍ଯ୍ୟ ହେବେ।
ମକର: ଧନବାନ୍‌ ହେବେ। ମହିଳାମାନଙ୍କ ହିତକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଶତ୍ରୁ ବିନାଶକାରୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କ୍ଷମତାର ସଦ୍‌ ବ୍ୟବହାର କରିବେ।
କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହେବ। ନାନା ସୁଖର ଅଧିକାରୀ ହୋଇପାରନ୍ତି। କର୍ମ କ୍ଷେତ୍ରରୁ ଅୂପର୍ବ ସଫଳତା ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।
ମୀନ: ଜନସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବହୁଭାଷୀ ହୋଇପାରନ୍ତି। କଥାବାର୍ତ୍ତା ମାର୍ଜିତ ହେବ। ରକ୍ତ ହୀନତାରୁ ଚର୍ମ ଉପରେ ନିର୍ଦିଷ୍ଟ ଏକ ଗ୍ରହର କ୍ରୂର ଦୃଷ୍ଟି ଥିବାରୁ ସ୍ବାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେବେ।

Comments are closed.