ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ଫୁଫୁଗାଁରେ ଜଣେ କୁନି ଝିଅକୁ ବୁଲା କୁକୁର ପଲ ଝୁଣି ମାରିଛନ୍ତି। ମୃତକ ହେଲେ ଉକ୍ତ ଗାଁର ଚାନ୍ଦିନୀ ହରିଜନ। ସେ ନିଜ ଭାଇ ସହ ଘର ନିକଟ ଜମିକୁ ଖେଳିବାକୁ ଯାଇଥିଲେ। ସେହି ସମୟରେ ୪ରୁ ୫ ବୁଲାକୁକୁର ଆସି ପ୍ରଥମେ ଚାନ୍ଦିନୀକୁ ଆକ୍ରମଣ କରିଥିଲେ। ଭାଇ ଭୟରେ ସେହି ସ୍ଥାନରୁ ଦୌଡ଼ି ପଳେଇ ଆସି ଗାଁରେ ଖବର ଦେଇଥିଲେ। ଗାଁ ଲୋକେ ପହଞ୍ଚି କୁକୁର ପଲକୁ ଘଉଡ଼ାଇବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚାନ୍ଦିନୀକୁ ଉଦ୍ଧାର କରି କୁମୁଲିପୁଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚାନ୍ଦିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚାନ୍ଦିନୀଙ୍କ ବାପମା’ ନବରଙ୍ଗପୁର ଜିଲାରେ ରହୁଥିବା ବେଳେ ସେ ଫୁପୁଗାଁରେ ଅଜା ଓ ଆଈଙ୍କ ଘରେ ରହି ପାଠ ପଢୁଥିଲେ। ଏହି ହୃଦୟବିଦାରକ ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।
Popular Categories



