www.samajalive.in
Tuesday, December 9, 2025
17.1 C
Bhubaneswar

ପାଳଗଦାରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ

ସୁନ୍ଦରଗଡ଼଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟେ ଥିବା ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଇଛି।

ସୂଚନା ଅନୁଯାୟୀ, ଏକ ଚାଷ ଜମିରେ ଗଦାହୋଇ ରହିଥିବା ଜଳନ୍ତା ପାଳଗଦାରେ ଏକ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ଦେଖି ପୁଲସିକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତଦେହକୁ ଉଦ୍ଧାର ପରେ ଜବତ କରିଛି। ତାଙ୍କର ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି । ସ୍କୁଟିର ଯନ୍ତ୍ରାଂଶ ଜବତ କରିଛି ପୁଲିସ। ହେଲେ କିଏ କାହିଁକି ଏହିଭଳି ଭାବରେ କାହାକୁ ପାଳ ଗଦା ଭିତରେ ଜଳାଇଲା ତାହା ଏବେ ପୁଲସି ପାଇଁ ଏକ ବଡ଼ ପ୍ରଶ୍ନ ପାଲଟିଛି । ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories