ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଶୁକ୍ରବାର ୱାଶିଂଟନରେ ଥିବା ଭାରତୀୟ ଦୂତାବାସର ଟିମ୍ ଏବଂ ନ୍ୟୁୟର୍କ, ଚିକାଗୋ, ସାନ୍ ଫ୍ରାନ୍ସିସ୍କୋ, ସିଆଟଲ, ହ୍ୟୁଷ୍ଟନ୍ ଏବଂ ଆଟଲାଣ୍ଟାରେ ଥିବା କନସୁଲ ଜେନେରାଲଙ୍କୁ ଭେଟିଛନ୍ତି। ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଇ ଭାରତ-ଆମେରିକା ଭାଗିଦାରୀକୁ ସୁଦୃଢ଼ କରିବାର ସୁଯୋଗ ବିଷୟରେ ସେମାନେ ଆଲୋଚନା କରିଥିଲେ। ଡ. ଜୟଶଙ୍କର ଆମେରିକାରେ ଥିବା ଭାରତୀୟ ସମୁଦାୟର ଉନ୍ନତ ସେବା ଉପରେ ମଧ୍ୟ ମତ ବ୍ୟକ୍ତ କରିଥିଲେ।
Popular Categories



