www.samajalive.in
Sunday, December 7, 2025
26.1 C
Bhubaneswar

ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଫସଲ, ଏ ଯାଏଁ ମିଳିଲାନି କ୍ଷତିପୂରଣ

ଡେସ୍କ: କଟକରେ ଅଦିନିଆ ବର୍ଷା ହେଲା କାଳ। ଉଜୁଡିଗଲା ହେକ୍ଟର ହେକ୍ଟର ଜମିରେ ଧାନ ଫସଲ। ମାଟିରେ ମିଶିଲା ଧାନ ଅମଳ ସ୍ୱପ୍ନ। ଚାଷୀର ହକ ପାଇବା ପାଇଁ ବିଜେଡି ଆଣିଲା ସଙ୍ଗିନ ଅଭିଯୋଗ। କ୍ଷୟକ୍ଷତି ଆକଳନ ଓ ଚାଷ ଜମିରେ ପହଁଚିବା ଦିଗରେ ଜିଲ୍ଲା ପ୍ରଶାସନ ଫେଲ ମାରିଥିବା ଅଭିଯୋଗ ଆଣିଛି ବିଜେଡି। ଅନ୍ୟପଟେ ଚାଷ ଜମିରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ନେଇ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି କଟକ ଜିଲ୍ଲାପାଳ।

ରାଜ୍ୟରେ ଲଘୁଚାପଜନିତ ବର୍ଷା ରେ ଧୋଇଲା ଚାଷୀର ସ୍ୱପ୍ନ। ଜମିରୁ ଧାନ ଅମଳକୁ ନେଇ ଘାରିଲା ଚିନ୍ତା। ଗୋଟିଏ ବର୍ଷର ଫସଲ ମାଟିରେ ମିଶିଲା। ଏହି କ୍ରମରେ କଟକ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ଘଟିଛି। କିନ୍ତୁ କ୍ଷୟକ୍ଷତି ସଂପର୍କିତ ଆକଳନ କରିବା ପାଇଁ କୃଷି ଅଧିକାରୀ ମାନେ ଏପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ କରି ନ ଥିବା ଆଜି ଅଭିଯୋଗ କରିଛି ବିଜେଡି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ କରିବା ପାଇଁ ଦାବି କରିଛି ଦଳ।

- Advertisement -


ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଟକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନିୟମ ମୁତାବକ ୭୨ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପାଇବା ପାଇଁ ବୀମାଭୁକ୍ତ ଚାଷୀ ମାନଙ୍କୁ ବୀମା କ୍ଳେମ କରିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏହି ସମୟ ପର୍ଯ୍ୟାପ୍ତ ନୁହେଁ ବୋଲି କହିବା ସହ ସଠିକ ଭାବେ କ୍ଷୟକ୍ଷତି ଆକଳନ କରାଯାଉ ବୋଲି ଦାବି କରିଛି ବିଜେଡି। ଯଦି କୌଣସି ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ରୁହେ, ଚାଷୀମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ଆନ୍ଦୋଳନକୁ କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରତାପ ଜେନା।


ଅନ୍ୟପଟେ ୭୨ ଘଣ୍ଟାର ଅବଧି କେବଳ ପଞ୍ଜିକରଣ ପାଇଁ ଧାର୍ଯ୍ୟ ହୋଇଛି। ଯଦି ଏଥିରେ ବିଳମ୍ବ ହେଉଛି, ତେବେ ତାହାକୁ ମଧ୍ୟ ବିଚାରକୁ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଏହା ସହ କଟକ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରାଯାଉଛି। ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପ୍ରାୟ ସାଢେ ୯ ହଜାର ଚାଷୀ ଆବେଦନ କରିଛନ୍ତି। ଯଦି କେହି ଚାଷୀ ନିଜେ ଆବେଦନ ନ କରି ପାରୁଛନ୍ତି ତେବେ କୃଷି ଅଧିକରୀ ମାନେ ସେମାନଙ୍କୁ ସାହାଯ୍ୟ କରିଵେ ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories