ମାଣିଆବନ୍ଧ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବିପତ୍ର

ଆଠଗଡ: ବଡମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ଲାଗି ସଂଖ୍ୟାଧିକ ୱାର୍ଡ ସଭ୍ୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୧୬ ୱାର୍ଡ ବିଶିଷ୍ଟ ମାଣିଆବନ୍ଧ ପଞ୍ଚାୟତର ନାଏବ ସରପଞ୍ଚ ନିଲୁ ରାଉତଙ୍କ ସମେତ ୧୨ ଜଣ ଓ୍ବାର୍ଡ ସଭ୍ୟ ଶୁକ୍ରବାର ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ପଞ୍ଚାୟତର ସରପଞ୍ଚ ପଞ୍ଚାୟତରେ ବିଶୃଙ୍ଖଳିତ କାର୍ଯ୍ୟ କରିବା, ଜନସାଧାରଣଙ୍କୁ ହଇରାଣ ହରକତ କରିବା ସହ ମିଥ୍ୟା ମାମଲାରେ ଛନ୍ଦିବା, ସରକାରୀ ଅନୁଦାନର ସଠିକ ବିନିଯୋଗ ନ କରି ଅର୍ଥ ଆତ୍ମସାତ କରୁଥିବା, ୱାର୍ଡ ସଭ୍ୟମାନଙ୍କ ଅଗୋଚରରେ ପଞ୍ଚାୟତର ସମସ୍ତ କାର୍ଯ୍ୟ କରୁଥିବା ଏବଂ ପ୍ରଶ୍ନ କଲେ ୱାର୍ଡ ସଭ୍ୟ ପଦ ରଦ୍ଦ କରିଦେବାର ଧମକ ଦେଉଥିବା ନେଇ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛିସରପଞ୍ଚ ସମସ୍ତ ନିର୍ବାଚିତ ୱାର୍ଡ ସଭ୍ୟ ଏବଂ ଜନସାଧାରଣଙ୍କ ଆସ୍ଥା ହରାଇଥିବାରୁ ତାଙ୍କ ବିରୋଧରେ ବିଧିବଦ୍ଧ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ୧୨ଜଣ ୱାର୍ଡ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତିଅଭିଯୋଗ ଓ ଦାବି ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶର୍ମା ପ୍ରକାଶ କରିଥିଲେ

Comments are closed.