www.samajalive.in
Monday, December 8, 2025
14.1 C
Bhubaneswar

ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆମେରିକା, ରୁଷ ଓ ଚୀନ

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ କେବଳ ଦେଶ ନୁହେଁ ସାରା ବିଶ୍ଵର ନେତାମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମନମୋହନଙ୍କ ମୃତ୍ୟୁକୁ ନେଇ ଆମେରିକା, ରୁଷ, ଚୀନ, ଫ୍ରାନ୍ସ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକବ୍ୟକ୍ତ କରାଯିବା ସହିତ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଛି। ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନଙ୍କ ନେତୃତ୍ଵକୁ ଢେର ପ୍ରଶଂସା କରିବା ସହିତ ଭାରତର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ବୋଲି ମତ ପ୍ରକାଶ କରିଛନ୍ତି।

ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ଭାରତ ଏବଂ ରୁଷ ପାଇଁ ଏହା ଅତ୍ୟନ୍ତ ଦୁଃଖର ସମୟ। ଉଭୟ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ପ୍ରତି ଡ. ମନମୋହନଙ୍କ ଅବଦାନ ଅବିସ୍ମରଣୀୟ। ଅର୍ଥନୀତିଜ୍ଞ ଭାବେ ତାଙ୍କର ଦକ୍ଷତା ଏବଂ ଭାରତର ବିକାଶ ଦିଗରେ ତାଙ୍କର ପ୍ରତିବଦ୍ଧତା ଅତୁଳନୀୟ।

- Advertisement -

ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟି କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ମନମୋହନ ଆଗକୁ ନେଇଥିଲେ। ତାଙ୍କର ନିଃସ୍ଵାର୍ଥପର ଅବଦାନ, ଭାରତର ଅଭିବୃଦ୍ଧି ଓ ସମୃଦ୍ଧି କ୍ଷେତ୍ରରେ ତାଙ୍କର ଉତ୍ସର୍ଗୀକୃତ ପଦକ୍ଷେପ ଆମକୁ ସର୍ବଦା ପ୍ରେରଣା ଦେଉଥିବ। ତାଙ୍କ ଦୂରଦର୍ଶିତା ଏବଂ ନେତୃତ୍ଵ ପାଇଁ ଆମେ କୃତଜ୍ଞ।

ଚୀନ ରାଷ୍ଟ୍ରଦୂତ ଜୁ ଫେଇହଙ୍ଗ କହିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସେ ଜଣେ ଅତି ଉତ୍ତମ ନେତା ଥିଲେ, ଯାହାଙ୍କୁ ଭାରତୀୟମାନେ ବେଶ୍ ପସନ୍ଦ କରୁଥିଲେ। ଦୁଃଖ ସମୟରେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ଫ୍ରାନ୍ସ ଦୂତାବାସ ପକ୍ଷରୁ ମଧ୍ୟ ମନମୋହନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରାଯିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories