ଭୁବନେଶ୍ବର: ଜିରୋ ନାଇଟ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କମିସନରେଟ ପୁଲିସ ଅଣ୍ଟା ଭିଡ଼ିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି I ସିସିଟିଭି ନଜରରେ ପୂରା ସହର ରହିଛି ସବୁ ଛକରେ ପୁଲିସ ଫୋର୍ସ ମୁତୟନ କରିବାକୁ ଯୋଜନା କରାଯାଇଛି। ଉତ୍ସବ ଆୟୋଜନ ପାଇଁ ଅନୁମତି ନେବା ଜରୁରୀ ବୋଲି ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି I ନିଶା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପାୟୁକ୍ତ କହିଛନ୍ତି।
ଉପାୟୁକ୍ତ କହିଛନ୍ତି ଯେ ନୂଆବର୍ଷ ଉତ୍ସବ ପାଳନ କରନ୍ତୁ, ହେଲେ ମଦ୍ୟପାନ କରି ଗାଡ଼ି ଚଳାନ୍ତୁନି। ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ସର୍ବସାଧାରଣ ବିଶୃଙ୍ଖଳିତ ଆଚରଣ କରିବେ, ସେମାଙ୍କ ବିରୋଧରେ କଠୋରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରା କରାଯିବ।ଅଘଟଣ ନହେବା ଉପରେ ପୁଲିସ ଗୁରୁତ୍ବ ଦେବ ।
ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଉତ୍ସବ କରିବେ ସମାନେ ଲାଇସେନ୍ସ ନେବାକୁ ବାଧ୍ଯା ଚୋରା ମଦ କାରବାର ଉପରେ ନଜର ରଖାଯାଇଛି ଅବକାରୀ ବିଭାଗ ସହିତ ମିଶି ଅତର୍କିତ ଚଢ଼ଉ କରାଯିବ ।
ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି । ହୋଟେଲରେ ଯାଞ୍ଚ ଆରମ୍ଭ ହୋଇଛିI ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ ଲାଗି ସବୁ ଥାନାକୁ ନିର୍ଦେଶ ଦିଆଯାଇଛି। ଅନେକ ସ୍ଥାନରେ ନୂଆ ବର୍ଷକୁ ଧୁମ୍ଧାମ୍ରେ ପାଳନ କରାଯିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।





