www.samajalive.in
Monday, December 8, 2025
20.1 C
Bhubaneswar

ଆଫଗାନ-ପାକ୍ ସେନା ମଧ୍ୟରେ ସଂଘର୍ଷ, ୨୨ ମୃତ

ଡ଼େସ୍କ: ସୀମା ପାର ହେବା ସ୍ଥାନରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ସେନା ମଧ୍ୟରେ ପ୍ରବଳ ସଂଘର୍ଷ ଘଟି ୧୯ ଜଣ ପାକିସ୍ତାନୀ ସୈନିକ ଏବଂ ୩ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ସୀମାରେ ଥିବା ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ଓ ପକ୍ତିକା ପ୍ରଦେଶରେ ଭୟଙ୍କର ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ସୀମା ବାହିନୀ ଖୋଷ୍ଟ ପ୍ରଦେଶର ଅଲି ଶିର ଜିଲ୍ଲାରେ ଥିବା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଦାଣ୍ଡ-ଏ-ପାଟଣ ଜିଲ୍ଲାରେ ପାକିସ୍ତାନୀ ସୈନିକଙ୍କ ଗୁଳିମାଡ଼ରେ ୩ ଜଣ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଛନ୍ତି।

ମଙ୍ଗଳବାର ରାତିରେ ପାକ୍ଟିକା ପ୍ରଦେଶରେ ପାକିସ୍ତାନୀ ସୈନ୍ୟଙ୍କ ଏୟାର ଷ୍ଟ୍ରାଇକରେ ମହିଳା ଓ ଶିଶୁଙ୍କ ସମେତ ୫୧ ଜଣଙ୍କ ମୃତ୍ୟୁ ହେବା ପରେ ଏହି ସଂଘର୍ଷ ଘଟିଥିଲା। ଆଫଗାନିସ୍ତାନ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବାରେ ଲାଗିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories