ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରଗଡ଼଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଅନୁଦାନ ରାଶି ବୃଦ୍ଧି କରାଯାଇଛି । ଅନୁଦାନ ରାଶି ୧୦ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ୧୭୦ କଳାକାରଙ୍କୁ ୧୦ହଜାର ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି। ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଲାଗି ସ୍ୱତନ୍ତ୍ର ୱେବସାଇଟ ହେବ। ରାଜ୍ୟବ୍ୟାପି ଏଲଇଡି ପରଦାରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଦିଆଯାଇଛି।
Popular Categories



