www.samajalive.in
Monday, December 8, 2025
27.1 C
Bhubaneswar

ପାଟିରେ ବୋମା ଫୁଟି ଗାଈ ଗୁରୁତର

ଗୋପାଳପୁର: ରାସ୍ତା କଡରେ‌‌ ଖାଦ୍ୟ ପୁଡିଆରେ ଗୁଡ଼ାଇ ହୋଇ ରହିଥିବା ପୁଡିଆ ଖାଇବା ପରେ ଗାଈର ମୁହଁରେ ବୋମା ଫୁଟି ଗୁରୁତର ହେବା ସହ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାପଡିଛି। ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲୀ ରାସ୍ତାରେ ଗତକାଲି ରାତିରେ ବୋମା ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଦୈାଡି ଯିବା ବେଳେ ଗୋଟିଏ ଗାଈର ମୁହଁର ତଳ ଭାଗ ବୋମା ବିସ୍ଫୋରଣରେ ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଯାହାଫଳରେ ଗାଈଟି ରକ୍ତାକ୍ତ ହେବା ସହ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲା। ଏହା ଦେଖି ଅଞ୍ଚଳବାସୀ ପଶୁ ବିଭାଗ ସହ ଯୋଗାଯୋଗ କରିଥିଲେ। ସକାଳେ ପଶୁ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଗାଈର ଚିକିତ୍ସା ଆରମ୍ଭ କରିଛନ୍ତି।

କେମିତି କଟିବ ନୂଆବର୍ଷ ୨୦୨୫.. ମେଷ ଠାରୁ ମୀନ: ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ହେବ ନୂଆ ଚାକିରି, ବିବାହ, ନୂଆଘର, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ସୂଚନା ଯୋଗ୍ୟ ଗତ କିଛି ମାସ ହେବ ଗୋପାଳପୁର ସମେତ ଆଖପାଖ ଡୁରା, ହଳଦିଆପଦର ସମେତ ବିଭିନ୍ନ ସ୍ଥାନରେ ବରାହ ଓ ଘୁଷୁରୀ ମାରିବା ପାଇଁ କିଛି ଦୁର୍ବୃତ୍ତ ଖାଦ୍ୟ ପୁଡିଆରେ ବୋମା ରଖି ବିଭିନ୍ନ ସ୍ଥାନରେ ରଖି ପଶୁ ଶିକାର କରି ଆସୁଛନ୍ତି। ଯାହାଫଳରେ ଘୁଷୁରୀ ଓ ବରାହ ଆହତ ହେବା ପରେ ତାକୁ ଧରି ତା’ର ମାଂସ କାଟି ବିକ୍ରୀ କରିବା ସହ ଖାଇ ଥାନ୍ତି। କିନ୍ତୁ ଖାଦ୍ୟ ଅନ୍ବେଷଣରେ ଥିବା ଅନେକ ଗାଈ ମଧ୍ୟ ଏହି ପୁଡିଆ ଖାଇବା ଫଳରେ ସେଥିରେ ଥିବା ବୋମା ଫୁଟି ଆହାତ ହୋଇଥାନ୍ତି। ଏହିପରି ଭାବେ ଅକ୍ଟୋବର ପ୍ରଥମ ସପ୍ତାହରେ ଡୁରା ଅଞ୍ଚଳରେ ଏକ ଗାଈ ଏପରି ଖାଦ୍ୟ ପୁଡିଆ ଖାଇ ବୋମା ଫୁଟିବା ଫଳରେ ଆହାତ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଏହାର ଚିକିତ୍ସା କରାଇଥିଲେ ମଧ୍ୟ କିଛି ଦିନ ପରେ ଗାଈଟି ମରି ଯାଇଥିଲା। ସେହି ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ସନ୍ଦେହ ରେ ହଳଦିଆପଦର ଅଞ୍ଚଳର ଜଣେ ଯୁବକକୁ ଅଟକ ରଖି ଯାଞ୍ଚ ସମୟରେ ତା’ ନିକଟରୁ କେତେକ ବୋମା ଉଦ୍ଧାର କରାଯାଇଥିଲା। ଘଟଣା ନେଇ ଗୋପାଳପୁର ପୁଲିସକୁ ଅବଗତ କରାଯାଇଥିଲା। ପୁଲିସ ପକ୍ଷରୁ ତତ୍ପରତା ଦେଖାଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ସାଧାରଣରେ ଦାବି ହେଉଅଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories