www.samajalive.in
Wednesday, December 10, 2025
26.1 C
Bhubaneswar

ମେକ୍ସିକୋରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା – ୮ ମୃତ, ୨୭ ଆହତ

ଡେସ୍କ: ପୂର୍ବ ମେକ୍ସିକୋରେ ଏକ ଯାତ୍ରୀବାହୀ ବସ୍ ଓ ସେମି ଟ୍ରେଲର ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଗତକାଲି ପୂର୍ବ ରାଜ୍ୟ ଭେରାକ୍ରୁଜର ପେରୋଟେ-ଜାଲାପା ରାଜପଥରେ ଏହି ଦୁର୍ଘଟଣା ଘଟି ୪ ଜଣ ମହିଳା ଓ ଜଣେ ନାବାଳକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟ ଏକ ଘଟଣାରେ ଗୁରୁବାର ପଶ୍ଚିମ ମେକ୍ସିକୋ ରାଜ୍ୟ ମିକୋଆକାନରେ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେକ୍ସିକୋକୁ ବିଶ୍ୱରେ ସର୍ବାଧିକ ଟ୍ରାଫିକ୍ ଦୁର୍ଘଟଣା ସହ ସପ୍ତମ ଏବଂ ଲାଟିନ ଆମେରିକାରେ ଏହି ଘଟଣା ଯୋଗୁଁ ହେଉଥିବା ମୃତ୍ୟୁରେ ତୃତୀୟ ଦେଶ ଭାବରେ ମାନ୍ୟତା ଦେଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories