ଡେସ୍କ: ପ୍ରସ୍ତାବିତ ମହିଳା ସମ୍ମାନ ଯୋଜନା ପାଇଁ ବେସରକାରୀ ଲୋକମାନେ ଦିଲ୍ଲୀବାସିନ୍ଦାଙ୍କ ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରୁଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା। ନାଗରିକଙ୍କ ଗୋପନୀୟତା ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ କମିଶନର କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ ବୋଲି ସେ କହିଛନ୍ତି। ସରକାରୀ ଯୋଜନାରେ ଜାଲିଆତି ପଞ୍ଜୀକରଣ ପାଇଁ ଶିବିର ଆୟୋଜନ କରୁଥିବା ବେସରକାରୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତଙ୍କ ଠାରୁ ଅଭିଯୋଗ ପାଇବା ପରେ ଦିଲ୍ଲୀ ଉପରାଜ୍ୟପାଳ ଏ ସଂକ୍ରାନ୍ତରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମହିଳା ସମ୍ମାନ ଯୋଜନା ପାଇଁ ତଥ୍ୟ ସଂଗ୍ରହ କରୁଛନ୍ତି ‘ବେସରକାରୀ’ ଲୋକ, ତଦନ୍ତ ନିର୍ଦ୍ଦେଶ
Popular Categories



