www.samajalive.in
Wednesday, November 19, 2025
29.1 C
Bhubaneswar

ହାତୀପଲଭାଙ୍ଗିଦେଲେ ଘର: ଲୋକେ ଭୟଭିତ, ବନବିଭାଗ ନୀରବ

ଫୁଲବାଣୀ :କନ୍ଧମାଳ ଓ ଗଞ୍ଜାମ ଜିଲା ସୀମାନ୍ତ ସମେତ ଟିକାବାଲି , ଚକାପାଦ , କଲିଙ୍ଗା ଆଦି ଅଞ୍ଚଳରେ ଗତ କିଛିଦିନ ହେଲା କିଛି ହାତୀପଲ ପଶିଆଶି ବିଭିନ୍ନ ଅଞ୍ଚଳରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହା ଦିନକୁ ଦିନ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର କାରଣ ହୋଇଛି। ତେବେ ବନ ବିଭାଗ ବିଭିନ୍ନ ସ୍ଥାନରେ ପହଞ୍ଚି କେବଳ ଗତିବିଧି ସଂମ୍ପର୍କରେ ନିଜର ରଖାଯାଇଛି ବୋଲି କହୁଥିବା ବେଳେ ଦିନକୁ ଦିନ ଅଞ୍ଚଳର କ୍ଷତିଗ୍ରସ୍ତ ବୃଦ୍ଧି ପାଉଛି।

ଶୁକ୍ରବାର ରାତ୍ରରେ ବନବାରବା ପଞ୍ଚାୟତର ପୋକସୁଙ୍ଗା ଗ୍ରାମର ଗୋପାଳ ପ୍ରଧାନଙ୍କ ଘରକୁ ହାତିପଲ ଭାଙ୍ଗିଦେଇଛନ୍ତି। ସେହି ସବୁ ଅଞ୍ଚଳରେ ଗତ କିଛିଦିନ ହେଲା ହାତୀପଲ ଧାନଗଦା ସହିତ କାନ୍ଦୁଲ ଓ ନଡ଼ିଆ ଆଦି ଗଛନଷ୍ଟକରି ଦେଇଛନ୍ତି। ଲୋକଙ୍କ କହିବା ପ୍ରକାରେ , ଶୁକ୍ରବାର ସକାଳ ପ୍ରାୟ ୩ଟା ସମୟରେ ହାତୀପଲ ଗୋପାଳଙ୍କ ଘର ଭାଙ୍ଗିବା ସହିତ ଘରର ଆବାସପତ୍ର ମଧ୍ୟ ନଷ୍ଟକରିଛନ୍ତି। ହାତୀ ଭୟରେ ଗୋପାଳଙ୍କ ପରିବାର ଲୋକେ ଜୀବନ ବଞ୍ଚାଇବା ଭୟରେ ଅନ୍ୟତ୍ର ଚାଲିଯାଇ ପାଟିକରିବାର ଗ୍ରାମର ଲୋକେ ଉଠିପଡ଼ିଥିଲେ ମଧ୍ୟ ହାତୀ ଭୟରେ କିଏ ପାଖକୁ ଯାଇନଥିଲେ। କିଛିସମୟରେ ସେଠାରେ ଅରାଜକତା କରିବା ପରେ ପୁଣିଥରେ ହାତୀପଲ ଫେରିଥିଲେ।

- Advertisement -

ପ୍ରକାଶଯେ, ଗତ ଦୁଇଦିନ ତଳେ ବଡ଼ବାରବା ପଞ୍ଚାୟତର ବାରନାଳିଆ ଗ୍ରାମରେ ଉପଦ୍ରବ ଯୋଗୁଁଁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ହୋଇଗଲେ ତାଟିକବାଟ ପଡ଼ିଯାଉଛି। ଖବର ପାଇ ଆଜି ବନ ବିଭାଗର କର୍ମଚାରୀ ଗ୍ରାମ ଗୁଡ଼ିକରେ ପହଞ୍ଚି ହାତୀ ଗୁଡ଼ିକର ଗତିବିଧି ସଂମ୍ପର୍କରେ ନଜର ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁଁ ଅଞ୍ଚଳବାସୀଙ୍କର ନିଦ ହଜିଗଲାଣି।

Hot this week

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ...

Related Articles

Popular Categories