www.samajalive.in
Tuesday, December 9, 2025
17.1 C
Bhubaneswar

ପଦାର୍ଥ ରସାୟନ ବିଜ୍ଞାନରେ ଅଗ୍ରଗତି ଶୀର୍ଷକ ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା କେମିକାଲ ସୋସାଇଟି ପକ୍ଷରୁ ପଦାର୍ଥ ରସାୟନ ବିଜ୍ଞାନରେ ଅଗ୍ରଗତି ସମ୍ପର୍କିତ ତିନି ଦିନିଆ ଜାତୀୟ ସମ୍ମିଳନୀ ଆଜି ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)ରେ ଅନୁଷ୍ଠିତ ହୋଇଯାଇଛି । ଏଥିସହ ସୋସାଇଟିର ୩୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବିଜ୍ଞାନ ଓ ବୈଷୟିକ ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ରସାୟନ ବିଜ୍ଞାନ ହେଉଛି ବିଜ୍ଞାନର ମୁଲଭିତ୍ତି । ରାଜ୍ୟରେ ଏକ ଉତ୍ସର୍ଗୀକୃତ ରସାୟନ ବିଜ୍ଞାନ ପ୍ରତିଷ୍ଠାନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଶା କେମିକାଲ ସୋସାଇଟି (ଓସିଏସ୍)ର ସଭାପତି ପ୍ରଫେସର ଅଜୟ କୁମାର ବେହେରା ଓ ଓୟୁଟିଆର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଯୋଗଦେଇ ଥିଲେ । ଉକ୍ତ ସମ୍ମିଳନୀର ଆବଶ୍ୟକତା ଉପରେ ସେମାନେ ଆଲୋଚନା କରିଥିଲେ ।

- Advertisement -

କେବଳ ବୈଜ୍ଞାନିକ ଅନୁସନ୍ଧାନର ପରିସୀମାକୁ ଆଗେଇ ନେବା ପାଇଁ ନୁହେଁ ବରଂ ସମାଜର ପ୍ରଗତିରେ ଆବଶ୍ୟକୀୟ ଯୋଗଦାନ ଦେବା ଉଦ୍ଦେଶ୍ୟରେ ଆସନ୍ତା ଦୁଇ ଦିନ ଧରି ଏହି ସମ୍ମିଳନୀରେ ଏକାଧିକ ବୈଷୟିକ ଅଧିବେଶନ ଓ ପରେ ସମାପନୀ ସମାରୋହ ଅନୁଷ୍ଠିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories