www.samajalive.in
Tuesday, December 9, 2025
23.1 C
Bhubaneswar

ଜାଭିୟର ଛକରେ ସିରିଜ ଦୁର୍ଘଟଣା, ୭ରୁ ଅଧିକ ବ୍ୟକ୍ତି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଜାଭିୟର ଛକରେ ସିରିଜ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପଛକୁ ପଛ କାର, ପିକଅପ ଭ୍ୟାନ, ଅଟୋ ଓ ବାଇକ ପିଟିହେବା ଫଳରେ ୭ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିବାବେଳେ ଡ୍ରାଇଭର ମଦ୍ୟପାନ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଡ୍ରାଇଭରକୁ ଉଦ୍ଧାର ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଦୁର୍ଘଟଣା ପରେ ଜାଭିୟର ଛକରେ ଟ୍ରାଫିକ ଜାମ ହୋଇଥିବାବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ ପହଞ୍ଚିଲେ।

ସିରିଜ ଦୁର୍ଘଟଣାକୁ ନେଇ ଭୁବନେଶ୍ୱର ଜାଭିୟର ଛକରେ ପୁଲିସ ଜନତା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନ ଛାଡ଼ିବାରୁ ଏଭଳି ପରିସ୍ଥିତି ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଘେରି ରହିଥିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଛାଡିନ ଥିଲେ । କ୍ଷତିପୂରଣ ଓ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକେ ଅଡ଼ି ବସିଥିଲେ। ତେବେ ନୟାପଲ୍ଲୀ ଓ ମୈତ୍ରୀ ବିହାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହେବ ଏବଂ ଆଇନ ଅନୁଯାଇ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories