ବକ୍ସିଂ ଡେ ଟେଷ୍ଟ: ଭାରତ ୩୬୯ରେ ସୀମିତ, ଅଷ୍ଟ୍ରେଲିଆ ୨୪୦ ରନରେ ଆଗୁଆ
ସମାଜ ଡିଜିଟାଲ ଡେସ୍କ: ରୋମାଞ୍ଚକ ସ୍ଥିତି ଆଡକୁ ଗତି କରୁଛି ବକ୍ସିଂ ଡେ ଟେଷ୍ଟ। ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚର ୪ର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ପାଳିରେ ୬ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରିଛି। ଫଳରେ ପ୍ରଥମ ଇନିଂସରେ ୧୦୫ରନରେ ଆଗୁଆ ରହିଥିବା ଘରୋଇ ଦଳ ମୋଟ ୨୪୦ ରନରେ ଆଗୁଆ ରହି ବ୍ୟାଟିଂ ଜାରି ରଖିଛି।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୭୪ ରନ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ଦଳ ନିତିଶ ରେଡ୍ଡୀଙ୍କ ଶତକ ଓ ଯଶସ୍ବୀ ଜୟସୱାଲ ଏବଂ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ୩୬୯ ରନ କରିବାରେ ସକ୍ଷମ ହୋଇଥିଲା। ଏହା ପରେ ଅଷ୍ଟ୍ରେଲିଆ ୨ୟ ପାଳିରେ ୧୩୫ ରନ ସଂଗ୍ରହ କରିଛି। ମାର୍ନସ ଲାବୁସାନେ ୬୫ ରନ କରି ଅପରାଜିତ ରହିଛନ୍ତି। ଯଶପ୍ରୀତ ବୁମରା ୪ଟି ଏବଂ ମହମ୍ମଦ ସିରାଜ ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ଯଥାସମ୍ଭବ କମ୍ ରନରେ ଅଲଆଉଟ କରିବା ଜରୁରୀ ହୋଇପଡ଼ିଛି। ଭାରତୀୟ ଦଳର ଟପ ଅର୍ଡର ବ୍ୟାଟିଂ ବିଫଳତା ଜାରି ରହିଛି। ତେଣୁ ଏହି ମ୍ୟାଚ ଜିତିବାକୁ ହେଲେ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବଡ଼ ଅବଦାନ ଦେବାକୁ ପଡ଼ିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
Comments are closed.