www.samajalive.in
Sunday, December 7, 2025
26.1 C
Bhubaneswar

ମେଲ୍‌ବୋର୍ଣ୍ଣ ଟେଷ୍ଟ: ହାରିଲା ଭାରତ, ୨-୧ରେ ଆଗୁଆ କଙ୍ଗାରୁ ଦଳ

ସମାଜ ଡିଜିଟାଲ ଡେସ୍କ: ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି ଭାରତ। ୧୮୪ ରନ୍‌ରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ୩୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦ୍ଵିତୀୟ ଇନିଂସରେ ମାତ୍ର ୧୫୫ ରନ୍ ସଂଗ୍ରହ କରିଥିଲା ଟିମ୍‌ ଇଣ୍ଡିଆ। ୧୩ ବର୍ଷ ପରେ ମେଲବୋର୍ଣ୍ଣ ଟେଷ୍ଟ ହାରିଛି ଭାରତ। ଏହା ପୂର୍ବରୁ ୨୦୧୧ରେ ହାରିଥିଲା ଟିମ୍‌ ଇଣ୍ଡିଆ। ଏହି ବିଜୟ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪ ଟେଷ୍ଟ ପରେ ୨-୧ରେ ଆଗୁଆ ରହିଛି କଙ୍ଗାରୁ ଦଳ। ଏହି ସିରିଜରେ ପଞ୍ଚମ ତଥା ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ୍‌ କରିଥିବାବେଳେ ଦ୍ୱିତୀୟ ଇନିଂସରେ କରିଛି ୨୩୪ ରନ୍‌। ଅପରପକ୍ଷେ ପ୍ରଥମ ଇନିଂସରେ ଭାରତ ୩୬୯ ରନ୍‌ କରିଥିବାବେଳେ ଦ୍ୱିତୀୟ ଇନିଂସରେ ସଂଗ୍ରହ କରିଛି ୧୫୫ ରନ୍।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories