www.samajalive.in
Monday, December 8, 2025
14.1 C
Bhubaneswar

କୋରାପୁଟ ବସ୍ ଟ୍ରାଜେଡି: ୧୬ ଆହତ ଏସସିବି ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: କୋରାପୁଟ ବସ୍ ଦୁର୍ଘଟଣାର ୧୬ ଆହତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରବିବାର ବିଳମ୍ବିତ ରାତିରେ ଆହତମାନେ ଏସସିବିରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅର୍ଥୋପେଡିକ ବିଭାଗରେ ସେମାନଙ୍କ ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ତିନି ଜଣ ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇ ଡିସଚାର୍ଜ କରାଯାଇଛି। ଅନ୍ୟମାନେ ମଧ୍ୟ ବିପଦମୁକ୍ତ ରହିଥିବା କହିଛନ୍ତି ଏସସିବି କୁଳସଚିବ ଡ. ଅବିନାଶ ରାଉତ।

ରବିବାର କୋରାପୁଟ ଜିଲା ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ବସ୍ ଓଲଟିବା ପରେ ୪ ଜଣଙ୍କ ମୃତ୍ୟ ଘଟିଥିଲା। ଏହାବ୍ୟତୀତ ବସ୍‌ର ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଗତ ୨୭ ତାରିଖରୁ ପିକନିକ ବସ୍‌ଟି କଟକରୁ ଯାଇଥିଲା। ୨୮ ତାରିଖରେ ଷ୍ଟ୍ରାଇକ ଯୋଗୁଁ ଭବାନୀପାଟଣାରେ ବସ୍‌ଟି ରହିଥିଲା। କିନ୍ତୁ ଗତକାଲି ସକାଳୁ ବସ୍‌ଟି ଘାଟିରୁ ଖସିବା ପରେ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ବସ୍‌ରେ ୨ ଜଣ ଚାଳକ ଥିବାସତ୍ବେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି। ବସ୍‌ଟି ହଠାତ ଭାରସାମ୍ୟ ହରାଇ ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ଓଲଟିବା ଘଟଣାରେ ନିଶ୍ଚୟ ରୂପେ ଚାଳକ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଆହତଙ୍କ ପରିବାର। ସୂଚନା ଅନୁଯାୟୀ, କଟକ ଅଲିଶାବଜାର, ନିଆଳି ଓ ନିମାପଡ଼ା ଅଞ୍ଚଳର କିଛି ଲୋକଙ୍କୁ ନେଇ କୋରାପୁଟ ଗୁପ୍ତେଶ୍ବର ଶୈବପୀଠକୁ ଦର୍ଶନ ପାଇଁ ଯାଉଥିଲା ଏହି ବସ୍‌। ଏଥିରେ ପାଖାପାଖି ୫୦ ଯାତ୍ରୀ ରହିଥିଲେ। ଆହତଙ୍କ ମଧ୍ୟରେ ଅନେକ ଶିଶୁ, ବୃଦ୍ଧା ଓ ମହିଳା ମଧ୍ୟ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories