ପୋଷଣଯୁକ୍ତ ମାଣ୍ଡିଆ ଲଡୁ ବଣ୍ଟନର ଶୁଭାରମ୍ଭ

ପାଟଣା : ପାଟଣା ବ୍ଳକ୍ ଅନ୍ତର୍ଗତ ଯମୁନାପଶି ଗ୍ରାମପଞ୍ଚାୟତର ଗୋଡ଼ି ପୋଖରୀଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପୋଷଣଯୁକ୍ତ ମାଣ୍ଡିଆ ଲଡୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି। ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ଓଝାଙ୍କ ଦ୍ଵାରା କାର୍ଯ୍ୟକ୍ରମରେ ଶୁଭାରମ୍ଭ ସହ ଛାତ୍ରଛାତ୍ରୀମାନଙ୍କୁ ଏହା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅଶ୍ଵିନୀ କୁମାର ସାହୁ, ସାଧନ କର୍ମୀ ସଂଯୋଜକ ରମେଶ ଚନ୍ଦ୍ର ମହାନ୍ତ, ଶିକ୍ଷୟତ୍ରୀ ସରସ୍ଵତୀ ସାମଦ, ପୂଜାଶ୍ରୀ ପରିଡା, ଅଞ୍ଜନା ମଲ୍ଲିକ ସହଯୋଗ କରିଥିଲେ। ବିଦ୍ୟାଳୟର ପାଚିକାମାନଙ୍କ ସହାୟତାରେ ମାଣ୍ଡିଆ ଲଡୁ ପ୍ରସ୍ତୁତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତକାଲି ଉକ୍ତ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂତନ କରି ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଖଡ଼ିଛୁଆଁ ଯାଇଥିଲା‌। ଏହି କାର୍ଯ୍ୟକ୍ରମରେ ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ଯୋଗଦାନ କରିଥିଲେ।

Comments are closed.