କାମଦା ଏକାଦଶୀରେ ମହାସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀଙ୍କ କୃପା, ହେବେ ମାଲାମାଲ୍‌, କିଣିବେ ଘର..

କାମଦା ଏକାଦଶୀର ବ୍ରତ ଏପ୍ରିଲ ୮ ମଙ୍ଗଳବାର ଦିନ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିରେ କାମଦା ଏକାଦଶୀ ବ୍ରତ ପାଳନ କରାଯାଏ। ତେବେ ଚଳିତ ବର୍ଷର କାମଦା ଏକାଦଶୀ ଖୁବ୍‌ ଖାସ୍‌ । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ଲକ୍ଷ୍ମୀ-ନାରାୟଣ ଯୋଗ, ବୁଦ୍ଧାଦିତ୍ୟ ଯୋଗ ସମେତ ଅନେକ ଶୁଭ ଯୋଗ ହେଉଛି । ପୌରାଣିକ ମାନ୍ୟତା ଅନୁସାରେ କାମଦା ଏକାଦଶୀର ବ୍ରତ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଜୀବନରେ ସୁଖଶାନ୍ତି-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ । ଜାଣନ୍ତୁ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭଗବାନ ବିଷ୍ଣୁଙ୍କ ସହ ମା’ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତି ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବା ସହ ଅଟକି ଥିବା କାମ ପୂରଣ ହେବ । ପରିବାରରେ ସୁଖ-ଶାନ୍ତି, ହସଖୁସିର ବାତାବରଣ ରହିବ । ହଠାତ୍‌ ଧନ ପ୍ରାପ୍ତି ହେବ ।

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଅନେକ ଇଚ୍ଛା ପୂରଣ ହେବ । ଅଟକି ଥିବା ଧନ ମିଳିବ । ସମ୍ପର୍କ ମଜଭୁତ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଚିନ୍ତା ଦୂର ହେବ । ନୂଆ ନୂଆ ସୁଯୋଗ ମିଳିବ ।

ସିଂହ- ଧନ ପ୍ରାପ୍ତି ହେବ । ଅଟକି ଥିବା କାମ ପୂରଣ ହେବ। ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ। ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ପରିବାରରେ ହସଖୁସିର ବାତାବରଣ ରହିବ।

କନ୍ୟା- କର୍ମକ୍ଷେତ୍ରରେ ଉନ୍ନତି ହେବ । ଘର କିମ୍ବା ଭୂମି କିଣିବାର ଯୋଗ ରହିଛି । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଅନେକ ଦିନର ଇଚ୍ଛା ପୂରଣ ହେବ ।

ତୁଳା- ଧନ ସମ୍ପତ୍ତି ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାରରେ ହସଖୁସିର ବାତାବରଣ ରହିବ ।

ମାଳତିପାଟପୁରରେ ହୁତୁହୁତୁ ହୋଇ ଜଳିଲା ଟୁରିଷ୍ଟ ବସ୍‌; ଯାତ୍ରୀ ସୁରକ୍ଷିତ

Comments are closed.