www.samajalive.in
Sunday, December 7, 2025
26.1 C
Bhubaneswar

ନବରାତ୍ରୀରେ ଅର୍ଡର କଲେ ଭେଜ୍‌ ବିରିୟାନୀ, କିନ୍ତୁ ଆସିଲା ଚିକେନ୍‌ ବିରିୟାନୀ, ଭିଡିଓ ଭାଇରାଲ୍‌..

ନୂଆଦିଲ୍ଲୀ : ନୋଏଡାରେ ଜଣେ ମହିଳା ନବରାତ୍ରୀ ସମୟରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ । ମାତ୍ର ଭେଜ୍‌ ବଦଳରେ ଆସିଥିଲା ଚିକେନ୍‌ ବିରିୟାନୀ । ଏହି ଘଟଣା ପରେ ଉତ୍ତରପ୍ରଦେଶ ପୁଲିସ ଏକ ରେସ୍ତୋରାଁର କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ୪ ଏପ୍ରିଲରେ ଘଟିବା ସହ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥିଲା । ମହିଳାଙ୍କ ନାମ ଛାୟା ଶର୍ମା । ମହିଳା ଜଣକ ଭିଡିଓ ମାଧ୍ୟମରେ କହିଥିଲେ, ସେ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ସେବନ କରନ୍ତି । ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ, ମାତ୍ର ଘରକୁ ଚିକେନ୍‌ ବିରିୟାନୀ ଆସିଥିଲା । ସେ ଭୁଲ୍‌ ବଶତଃ ୨ ରୁ ୩ ଚାମଚ ମଧ୍ୟ ବିରିୟାନୀ ଖାଇଦେଇଛନ୍ତି । କିଛି ସମୟ ପରେ ସେଥିରେ ଚିକେନ୍‌ ଥିବା ସେ ଜାଣି ପାରିଲେ ।

କାମଦା ଏକାଦଶୀରେ ମହାସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀଙ୍କ କୃପା, ହେବେ ମାଲାମାଲ୍‌, କିଣିବେ ଘର..

- Advertisement -

 

ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଘଟଣା ପରେ ସେ ଖାଦ୍ୟ ଅର୍ଡର କରିଥିବା ରେସ୍ତୋରାଁକୁ କଲ୍‌ କରିଥିଲେ । ମାତ୍ର ରେସ୍ତୋରାଁ ବନ୍ଦ ହୋଇ ସାରିଥିଲା । ତାଙ୍କ ଫୋନ୍‌ର କେହି ଉତ୍ତର ଦେଇନଥିଲେ । ନବରାତ୍ରୀ ସମୟରେ ଏଭଳି ହୋଇଥିବାରୁ ଲୋକେ ଭିଡିଓ ଦେଖି ଅସନ୍ତୁଷ୍ଟ ପ୍ରକାଶ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଉତ୍ତରପ୍ରଦେଶ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇଛି । ରେସ୍ତୋରାଁ କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରାଉଚରା କରି ତଦନ୍ତ ଜାରି ରଖିଛି । ରେସ୍ତୋରାଁ ପକ୍ଷରୁ କୌଣସି ଜବାବ ମିଳି ନାହିଁ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories