www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଶେଓପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଜଣେ ଯୁବକ ପାଞ୍ଚଟି ଚିତାବାଘକୁ ପାଣି ପିଆଉଥିବା ନଜର ଆସୁଛି। ଏହି ଭିଡିଓଟି କୁନୋ ଜାତୀୟ ଉଦ୍ୟାନ ନିକଟର ବୋଲି କୁହାଯାଉଛି। ଏଠାରେ ଗତ ଶୁକ୍ରବାର ଚିତାବାଘ କିଛି ଛେଳିଙ୍କ ଶିକାର ମଧ୍ୟ କରିଥିଲେ। ଶିକାର ପରେ ଚିତାବାଘ ନିକଟରେ ହିଁ ଆରାମ କରୁଥିଲେ। ସେହି ସମୟରେ ସେଠାରେ ଜଣେ ଯୁବକ ପହଞ୍ଚି ଏକ ବୋତଲରୁ ପାତ୍ରରେ ପାଣି ଢାଳି ଚିତାବାଘମାନଙ୍କୁ ପାଣି ପିଆଉଛନ୍ତି। ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ଅନେକ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଯୁବକଙ୍କ ସାହସକୁ ଓ ଜୀବଜନ୍ତୁଙ୍କ ପ୍ରତି ଥିବା ଦୟାଭାବକୁ ପ୍ରଶଂସା କରିଛନ୍ତି।
ଚିତାବାଘମାନେ ଭୂମିରେ ଶୋଇଥିବା ବେଳେ ଯୁବକ ଯାଇ ସେମାନଙ୍କୁ ପାଣି ପିଆଇଛନ୍ତି। କୁହାଯାଉଛି ଯେ, ଏହି ଭିଡିଓ ଶୁକ୍ରବାର ସନ୍ଧ୍ୟା ସମୟର। କୁନୋ ଜାତୀୟ ଉଦ୍ୟାନର ବାହାରେ କିଛି ଚିତାବାଘ ଗାଁ ଆଡକୁ ପଳାଇ ଆସିଛନ୍ତି । କିଛି ଛେଳିଙ୍କ ଶିକାର କରିବା ପରେ ନିକଟ କ୍ଷେତ୍ରରେ ଆରାମ କରୁଥିଲେ। ଯୁବକ ଜଣକ ସେହି ସମୟରେ ବାଘମାନଙ୍କୁ ଶୋଷିଲା ଦେଖି ପାଣି ପିଆଇଥିଲେ। ବାଘ ଏପରି ଜନବସତି ଅଞ୍ଚଳରେ ବୁଲିବା ଦେଖି ଅନେକ ଲୋକେ ଚିନ୍ତା ପ୍ରକଟ କରି ମତ ଦେଇଛନ୍ତି ବନ ବିଭାଗ ଏଥିପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ବନ ବିଭାଗ ଘଟଣାର ଅନୁଧ୍ୟାନ କରୁଛି ବୋଲି କହିଛି। ବର୍ତ୍ତମାନ କୁନୋର ଖୋଲା ଜଙ୍ଗଲରେ ୧୭ଟି ଚିତାବାଘ ବୁଲୁଛନ୍ତି।

କାମଦା ଏକାଦଶୀରେ ମହାସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀଙ୍କ କୃପା, ହେବେ ମାଲାମାଲ୍‌, କିଣିବେ ଘର..

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories