www.samajalive.in
Sunday, December 7, 2025
13.1 C
Bhubaneswar

ସରକାରୀ ପାଣ୍ଠି ହଡ଼ପ ମାମଲା: ପୂର୍ବତନ ମାଷ୍ଟର ବୁକ୍ କିପର ଓ ତାଙ୍କ ସହଯୋଗୀ ଗିରଫ

ଗୋପାଳପୁର: ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲାରେ ମହିଳା ମହାସଂଘର ମାଷ୍ଟର ବୁକ୍ କିପର ଭାବେ କାର୍ଯ୍ୟରତ ଥିବା ଜଣେ ମହିଳା ଚଞ୍ଚକତା କରି ପ୍ରାୟ ୨୬ ଲକ୍ଷ ୬୬ ହଜାର ଟଙ୍କା ବିଭିନ୍ନ ସମୟରେ ହଡ଼ପ କରିଥିବା ନେଇ ବିଡ଼ିଓ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ବୁକ୍ କିପର ଓ ତାଙ୍କ ସହଯୋଗୀକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗିରିସୋଲାର ୟାଇ ହେମଲତା ଓ ତାଙ୍କ ସହଯୋଗୀ ତଥା ଆନ୍ଧ୍ର ପ୍ରଦେଶ ଶ୍ରିକାକୁଲମ ଜିଲା ଅଧୀନସ୍ଥ କାକି ବେଦୀ କିନ୍ନାରା ଥିଏଟର ଛକର  ଏସ ମୁତ୍ୟାଲୁ ରାଓ ବୋଲି ପୁଲିସ ସୂଚନା ଦେଇଛି। ଉକ୍ତ ଟଙ୍କାରେ କିଣା ଯାଇଥିବା ଏକ କାର ଓ ବୁଲେଟ ମୋଟର ସାଇକେଲକୁ ପୁଲିସ ଜବତ କରିଛି।
ଅଭିଯୋଗ ଅନୁଯାୟୀ ୟାଇ ହେମଲତା ଗିରିସୋଲା ମହିଳା ମହାସଂଘର ମାଷ୍ଟର ବୁକ୍ କିପର ଭାବେ କାର୍ଯ୍ୟରତ ଥିବା ସମୟରେ ବିଭିନ୍ନ ସମୟରେ କର୍ମକର୍ତ୍ତାଙ୍କ ଦସ୍ତଖତ ରହିଥିବା ଚେକ ଗୁଡ଼ିକୁ ବ୍ୟବହାର କରି ୨୬ ଲକ୍ଷ ୬୬ ହଜାର ଟଙ୍କା ହଡପ କରି ନେଇଥିବା ନେଇ ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କ ପକ୍ଷରୁ ତତ୍କାଳୀନ ବିଡ଼ିଓ ହଳଧର ଶବରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପୂର୍ବତନ ବିଡ଼ିଓ ଶ୍ରୀ ଶବରଙ୍କ ପକ୍ଷରୁ ୧୦ ଏପ୍ରିଲ  ୨୦୨୩ ତାରିଖରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୯୮/୨୩ ରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା।
ଘଟଣା ପରଠାରୁ ବ୍ଲକ ପ୍ରଶାସନ ପକ୍ଷରୁ ୟାଇ ହେମଲତାଙ୍କୁ କାର୍ଯ୍ୟରୁ ଅନ୍ତର କରା ଯାଇଥିବା ବେଳେ ସେବେଠାରୁ ସେ ଫେରାର ରହିଥିଲେ। ପୁଲିସ ପକ୍ଷରୁ ତଦନ୍ତ ସମୟରେ ଶ୍ରୀମତୀ ହେମଲତା ଉକ୍ତ ଟଙ୍କାରେ ଗୋଟିଏ ମୋଟରସାଇକେଲ ସହ ଏକ କାର କିଣିଥିବା ଜଣାପଡିଥିଲା। ପୁଲିସ ପକ୍ଷରୁ କାର ଓ ମୋଟରସାଇକେଲକୁ ଜବତ କରିଥିବା ବେଳେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories