www.samajalive.in
Monday, December 15, 2025
24.1 C
Bhubaneswar

ମଦ୍ୟପାନ ଦେଖିଦେବାରୁ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କୁ ୯ମ ଛାତ୍ରଙ୍କ ରାଗିଂ

ଖୁଣ୍ଟା: ମଦ୍ୟପାନ କରୁଥିଲେ ୯ମ ଶ୍ରେଣୀ ଛାତ୍ର। ଏହା ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଦେଖିଦେବାରୁ ମଦ୍ୟପାନ କରୁଥିବା ଛାତ୍ରମାନେ ତାଙ୍କୁ ମାଡ଼ ମାରିବା ସହିତ ନିର୍ଯାତନା ଦେଇଛନ୍ତି। ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବାସିପିଠା ଅଞ୍ଚଳର ଏକ ଉଚ୍ଚ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଘଟିଛି। ଘଟଣାଟି ଗତ ଫେବୃୟାରୀ ମାସର ହୋଇଥିବାବେଳେ ପୀଡ଼ିତ ଛାତ୍ର କାହାକୁ ଜଣାଇ ନ ଥିଲେ। ବର୍ତ୍ତମାନ ଏହି ରାଗିଂ ସମ୍ପର୍କରେ ଛାତ୍ରଙ୍କ ବାପା ଭୁଗୁଡ଼ାକଟା ଗ୍ରାମର ମନୋରଞ୍ଜନ ବେହେରା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ମନୋରଞ୍ଜନଙ୍କ ପୁଅ ବିଦ୍ୟାଳୟ ଛାତ୍ରାବାସରେ ରହି ପଢୁଥିଲେ। ଗତ ଫେବୃଆରୀ ମାସରେ ସେହି ସ୍କୁଲର ଛାତ୍ରାବାସରେ ରହି ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା କେତକ ଛାତ୍ର ମଦ ପିଉଥିବା ବେଳେ ତାଙ୍କ ପୁଅ ଦେଖି ଦେଇଥିଲା । ମଦ ପିଉଥିବା ପିଲାମାନେ ସେକଥା ଜାଣିପାରି ଲୁହାଛଡରେ ମାରିବା ସହ ଭକ୍ତ ଘଟଣା ସମ୍ପର୍କରେ କାହାରିକି  କହିଲେ ଛୁରୀ ଭୁସି ମାରିଦେବେ ବୋଲି ଧମକ ଦେଇଥିଲେ। ପୁଅ ଘରକୁ ଫେରିବା ପରେ ମନୋରଞ୍ଜନ ଘଟଣା ବିଷୟରେ ଜାଣି ଏ ନେି ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଭିତ୍ତିରେ ପୁଲିସ  ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories