www.samajalive.in
Sunday, December 7, 2025
14.1 C
Bhubaneswar

ମମତାଙ୍କୁ ସୁପ୍ରିମ୍‌ ଝଟକା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମିଳିଛି ସୁପ୍ରିମକୋର୍ଟଙ୍କ ଝଟକା । ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ । ସରକାରୀ ସ୍କୁଲରେ ୨୫ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ କରିବା ପାଇଁ କଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍‌ ରଖିଛନ୍ତି । ସାନି ନିଯୁକ୍ତି ପାଇଁ ବିଜ୍ଞାପନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪,୬୪୦ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲେ ମଧ୍ୟ ୨୫,୭୫୩ ନିଯୁକ୍ତି ପାଇଥିଲେ । ବ୍ଲାଙ୍କ ଓଏମଆର୍‌ ସିଟ୍‌ ଦେଇ ଅବଶିଷ୍ଟ ନିଯୁକ୍ତି ପାଇଥିଲେ । ପରେ ନିଯୁକ୍ତି ପାଇଥିବା ବ୍ୟକ୍ତି ୧୨% ସୁଧ ସହ ଦରମା ଫେରାଇବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଚୟନ ପ୍ରକ୍ରିୟାକୁ ଦୁର୍ନୀତିଗ୍ରସ୍ତ ଏବଂ କଳଙ୍କିତ ବୋଲି କହିଛନ୍ତି ଖଣ୍ଡପୀଠ । ମାନବିକତା ଦୃଷ୍ଟିରୁ କେବଳ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କାର୍ଯ୍ୟରେ ରଖାଯିବ। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ପୂର୍ବରୁ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କୁ ଚାକିରି ସମୟରେ ପାଇଥିବା ଦରମା ଫେରାଇବାକୁ ପଡିବ ନାହିଁ । ନୂତନ ଚୟନ ପ୍ରକ୍ରିୟା ୩ ମାସ ମଧ୍ୟରେ ଆରମ୍ଭ ସହ ସମାପ୍ତ କରିବାକୁ ପଡିବ ।

ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍‌..

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

- Advertisement -

ଦେଖନ୍ତୁ ଭିଡିଓ ; ଜଳନ୍ତା ଜୁଇରୁ ଉଠି ଠିଆ ହେଲେ ବୃଦ୍ଧ

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ମହଙ୍ଗା ପଡିଲା ମାଙ୍କଡ ସହ ରିଲ୍ସ, ହେଲା ଏମିତି..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories