www.samajalive.in
Saturday, December 6, 2025
16.1 C
Bhubaneswar

ଆଠଗଡ ଖୋ ଖୋ ସଂଘ ଦ୍ୱାରା ଦୁଇ କୃତି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଆଠଗଡ ଖୋ ଖୋ ସଂଘ ପକ୍ଷରୁ ସହର ଉପର ସାହିରେ ଏକ ସ୍ବତନ୍ତ୍ର ଉତ୍ସବରେ ଦୁଇ କୃତୀ ଖୋ ଖୋ ଖେଳାଳୀ ଟି ଜଗନ୍ନାଥ ଦାସ ଓ ଟି ବଳରାମ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖ ଯୋଗ୍ୟ ୫୭ ତମ ଜାତୀୟ ଖୋ ଖୋ ବରିଷ୍ଠ ବର୍ଗରେ କୃତିତ୍ୱ ଅର୍ଜନ କରି ଏକଲବ୍ୟ ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଥିଲେ ଟି ଜଗନ୍ନାଥ ଦାସ ଓ ଅନୁରୂପ ଭାବେ ଜାତୀୟ ବରିଷ୍ଠ ବର୍ଗରେ ଟି ବଳରାମ ଦାସ ବ୍ରୋଞ୍ଜ ପଦକ ପାଇ ସମ୍ମାନିତ ହୋଇଥିଲେ । ଆଠଗଡ ଖୋ ଖୋ ସଂଘ ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ, କ୍ରୀଡା ସଂଘ ସହ ସମ୍ପାଦକ ସୋମନାଥ ଭକ୍ତା, ମୁଖ୍ୟ ପ୍ରଶିକ୍ଷକ ମନୋରଞ୍ଜନ ଦାସ, ସାଂଗଠନିକ ସମ୍ପାଦକ ବିକ୍ରମ ରାୟସାମନ୍ତ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇ ଦୁଇ ପ୍ରତିଭାଦୀପ୍ତ କୃତି ଖୋ ଖୋ ଖେଳାଳୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଆଗକୁ ଅଧିକ ନାମ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଖସଡ଼ା ପ୍ରସ୍ତୁତ କରିଛନ୍ତି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories