www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ଇଡି କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତ ସରକାର ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ମାମଲାରେ କୌଣସି ସତ୍ୟତା ନାହିଁ; କିନ୍ତୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଅସମ୍ମାନିତ କରିବା ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ମନୋଭାବ ରଖି ଏଭଳି ଚାର୍ଜସିଟ୍‌ ଦାଖଲ କରାଯାଇଥିବା କଂଗ୍ରେସ କହିଛି। ଏହାକୁ ବିରୋଧ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ଆଜି ୧୧ଟାରେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ପ୍ରତି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାରେ ଥିବା ଭାରତ ସରକାରଙ୍କ ଡାକ ଓ ତାର ଏବଂ ଆୟକର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories