ଟେଷ୍ଟିଂ ସମୟରେ ଆସିଲା ନଜର, ଫର୍ଚ୍ୟୁନରକୁ ଟକ୍କର ଦେବ ଏହି ଏସୟୁଭି

ନୂଆଦିଲ୍ଲୀ : ଏମଜି ମୋଟର ଖୁବ ଶୀଘ୍ର ନିଜ ବହୁ ପ୍ରତିକ୍ଷୀତ ଏସୟୁଭି ମ୍ୟାଜେଷ୍ଟରକୁ ଭାରତୀୟ ବଜାରରେ ଲଞ୍ଚ୍ କରିବାକୁ ଯାଉଛି । ଏମଜି ମ୍ୟାଜେଷ୍ଟର କମ୍ପାନୀର ଗ୍ଲଷ୍ଟର ଉପରେ ଆଧାରିତ । ଏବେ ଲଞ୍ଚ୍ ପୂର୍ବରୁ ଏମଜି ମ୍ୟାଜେଷ୍ଟରକୁ ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଛି । ଲିକ୍ ହୋଇଥିବା ଏହି ଟେଷ୍ଟିଂ ଫଟୋରୁ ଗାଡିର କିଛି ସୂଚନା ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା…
ଦିଲ୍ଲୀ ରାସ୍ତାରେ ଏହି ଏସୟୁଭିକୁ ସ୍ପଟ୍ କରାଯାଇଛି । ଏକ ସୂଚନା ଅନୁସାରେ ମ୍ୟାଜେଷ୍ଟର ଖୁବ୍ ଶୀଘ୍ର ଲଞ୍ଚ୍ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହାର ଲମ୍ବ ୫୦୪୬ ଏମଏମ, ପ୍ରସ୍ଥ ୨୦୧୬ ଏମଏମ, ଉଚ୍ଚତା ୧୮୭୬ ଏମଏମ୍ ଏବଂ ହ୍ବିଲବେସ୍ ୨୯୫୦ ଏମଏମ ହେବ ।
ଏମଜି ମ୍ୟାଜେଷ୍ଟରରେ ଉପର ପଟେ ଏକ ସ୍ଲିକ୍ ଏଲଇଡି ଡିଆରଏଲ୍ସ ସହିତ ସ୍ପ୍ଲିଟ୍ ହେଡଲାଇଟ୍ ସେଟଅପ୍ ଏବଂ ତଳେ ଭର୍ଟିକାଲ ଏଲଇଡି ହେଡଲାଇଟ୍ସ ମିଳିବ । ଏହାର ଗ୍ରିଲ୍ ବଡ ହେବ ଏବଂ ଅରେଞ୍ଜ ହାଇଲାଇଟ୍ସ ସହ ସୁନ୍ଦର ଲାଗିବ । ଏହା ବ୍ୟତୀତ ଏସୟୁଭିର ରିୟରରେ ଏକ କନେକ୍ଟେଡ୍ ଏଲଇଡି ଟେଲ୍ ଲାଇଟ୍ ସିଗ୍ନେଚର ମଧ୍ୟ ନଜର ଆସିବ । କେବିନର ଡ୍ୟାଶବୋର୍ଡରେ ଏକ ବଡ ଇନଫୋଟେଣ୍ଟମେଣ୍ଟ ସ୍କ୍ରିନ୍ ଏବଂ ଏସି ଭେଣ୍ଟ ରହିବ ।
ଏଥିରେ ୨.୦ ଲିଟର ୪ ସିଲିଣ୍ଡର ଟ୍ବିନ୍ ଟର୍ବୋ ଡିଜେଲ ଇଞ୍ଜିନ ଦିଆଯିବ ଯାହା ୨୧୩ ବିଏଚପିର ସର୍ବାଧିକ ପାଓ୍ବର ଓ ୪୭୮ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ ।
Comments are closed.