ପୂର୍ତ୍ତ ବିଭାଗର ଦୁଇ ଯନ୍ତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା

ଆଠଗଡ : ଆଠଗଡ ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଦୁଇ ସହକାରୀ ଯନ୍ତ୍ରୀଙ୍କ ସମେତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବୁଧବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସହକାରୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର ବେହେରା ଏବଂ ଅନ୍ୟତମ ସହକାରୀ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ମିଶ୍ରଙ୍କ ସହିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୁଲା ପ୍ରଧାନ ଗତ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ବ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ସାହୁ ବିଦାୟୀ ଯନ୍ତ୍ରୀ ଦ୍ୱୟଙ୍କ କାର୍ଯ୍ୟ ଦକ୍ଷତା ଏବଂ ଆଠଗଡ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାଯ୍ଯ କ୍ଷେତ୍ରରେ ବହୁ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ  ବିଶ୍ବାଳ ଉଭୟ ଯନ୍ତ୍ରୀଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଅବତାରଣା କରିଥିଲେ। ଏହି ଅବସରରେ ଦୁଇ ଯନ୍ତ୍ରୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଠଗଡରେ ସେମାନଙ୍କର କାର୍ଯ୍ୟକାଳ ଚିର ଜୀବନ ଅଭୁଲା ସ୍ମୃତି ହୋଇ ରହିବ ବୋଲି ବିଦାୟୀ ଯନ୍ତ୍ରୀ ଇଂ ବେହେରା ଓ ଇଂ ମିଶ୍ର ସମ୍ବର୍ଦ୍ଧନାର ଉତ୍ତରରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର କର୍ମଚାରୀ ବିଦ୍ୟାଧର ଚୌଧୁରୀ, ନିରଞ୍ଜନ ରାଉତଙ୍କ ସମେତ ଅନ୍ଯମାନେ ଉପସ୍ଥିତ ଥିଲେ।

Comments are closed.