www.samajalive.in
Sunday, December 14, 2025
26.1 C
Bhubaneswar

ମନ୍ଦିରରୁ ଚୋରି କରି ଯୁବକ ଗିରଫ 

କଳାପଥର : ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ନାଟେରୀ ଗ୍ରାମର ଆରାଧ୍ୟା ଦେବୀ ମା’ ‘ମଙ୍ଗଳା ମନ୍ଦିରରୁ ଲୁଟ କରି ଯାଉଥିଲା ବେଳେ ଧରାପଡ଼ିଛି ଯୁବକ । ନାଟେରୀ ଗ୍ରାମର ଉକ୍ତ ଯୁବକ ଜଣଙ୍କର ନାମ ବସନ୍ତ କୁମାର ମହାନ୍ତି । ପୂର୍ବରୁ ବହୁବାର ଅନ୍ୟ ମନ୍ଦିରରୁ ମୂଲ୍ୟବାନ ଜିନିଷ ଚୋରି କରି ଧରାପଡ଼ି ଗାଁରେ ସମାଧାନ କରାଯାଇ ଦଣ୍ଡ ଦିଆଯାଇ ଭୁଲ ମୁଣ୍ଡିଆ ମାରି ଚୁକ୍ତି ନାମରେ ଦସ୍ତଖତ କରି  ଛାଡି ଦିଆଯାଇଥିଲା । ଗତ କାଲି ବିଳମ୍ବିତ ରାତ୍ରିରେ ମଙ୍ଗଳା ମନ୍ଦିର ଭିତରେ ପଶି ଠାକୁରାଣୀଙ୍କ ଟଙ୍କା, ପିତ୍ତଳ ବାସନ କୁସନ ସମେତ ଘଣ୍ଟ, ଝାଞ୍ଜ,ଥାଳି, ଗିନିକୁ ଲୁଟ କରି ଯାଉଥିଲାବେଳେ ଗ୍ରାମବାସୀ ଅଟକ ରଖି ଲୁଟେରାକୁ ବୈଦ୍ୟେଶ୍ୱର ଥାନା ଆଇଆଇସି ସଂଜୟ କୁମାର ଜେନାଙ୍କୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଁଚି ଲୁଟେରାକୁ ଗିରଫକରି ବାଙ୍କୀ କୋର୍ଟ  ଚାଲାଣ କରିବା ସହ ମନ୍ଦିରର ସମସ୍ତ ଜିନିଷକୁ ନାଟେରୀ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories