ଢେଙ୍କିକୋଟ ବଜାରରୁ ବାଇକ ଚୋରି

ପାଟଣା : ଢେଙ୍କିକୋଟ ବଜାର ଅଞ୍ଚଳ ସୋପ-୯୯ ସାମ୍ନାରୁ ଗତରାତି ଆସିଫ ରିଜୁଆନଙ୍କ ୟମାହା ଏଫ ଜେଡ ବାଇକଟି ଚୋରି ହୋଇଛି। ବାଇକଟିକୁ ରିଜୁଆନ ଓଏଲଏକ୍ସ ଜରିଆରେ ଗତ ଫେବ୍ରୁଆରୀରେ କିଣିଥିଲେ ଓ ଏହି ବାଇକଟି ନୀଳଗିରି ଥାନାର ଜଣେ କର୍ମଚାରୀଙ୍କର ବୋଲି ଜଣାପଡିଛି। ବାଲେଶ୍ଵର ଆରଟିଓ କାର୍ଯ୍ୟାଳୟରେ ବାଇକର ମାଲିକାନା ପରିବର୍ତ୍ତନ ପାଇଁ ଏପ୍ରିଲ ୭ରେ ସ୍ଲଟ ବୁକିଂ ହୋଇଥିଲା। ଏହା ପୂର୍ବରୁ ଢେଙ୍କିକୋଟ ବଜାରରୁ ଏହା ଚୋରି ହୋଇଥିବା ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Comments are closed.