www.samajalive.in
Friday, December 12, 2025
19.1 C
Bhubaneswar

ସେବାଶ୍ରମ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ: ୨୦୨୨ ମସିହାର ବହୁଚର୍ଚ୍ଚିତ ସେବାଶ୍ରମ ଛାତ୍ରୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀ ପୋକ୍‌ସୋ ଅଦାଲତର ଅତିରିକ୍ତ ଜିଲା ଦୌରାଜଜ ପ୍ରୀତିଶ ରାଉତରାୟ। ଅଭିଯୁକ୍ତ ନାବାଳକଙ୍କୁ ଏବେ ୧୭ ବର୍ଷ। ସେ ବର୍ତ୍ତମାନ ରାଉରକେଲାର ସୁଧାର ଗୃହରେ ରହିଛନ୍ତି। ତାଙ୍କୁ ୧୯ ବର୍ଷ ହେଲେ ଜେଲ ପଠାଯିବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସରକାରୀ ଓକିଲ ଶିବପ୍ରସାଦ ତ୍ରିପାଠୀ ଏ ନେଇ ସୂଚନା ଦେଇଛନ୍ତି।

ଘଟଣାକ୍ରମ ଅନୁଯାୟୀ, ୨୦୨୨ ମସିହା ଅଗଷ୍ଟ ମାସରେ ଏକ ସେବାଶ୍ରମର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗ୍ରୀଷ୍ମ ଛୁଟି ପରେ ହଷ୍ଟେଲ ଫେରିଥିଲେ। ବିଦ୍ୟାଳୟ ଦାୟିତ୍ବରେ ଥିବା ଏଏନଏମ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ବେଳେ ସେ ଗର୍ଭବତୀ ଥିବାର ଜାଣି ପାରିଥିଲେ। ଏନେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ସେ ଛାତ୍ରୀଙ୍କ ପିତା ଓ ମାତାଙ୍କୁ ସୂଚନା ଦେଇଥିଲେ। ଛାତ୍ରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ, ଅନ୍ୟ ଏକ ସ୍କୁଲରେ ପଢୁଥିବା ଜଣେ ନାବାଳକ ଖରା ଛୁଟିରେ ତାଙ୍କ ଗାଁ ନିକଟ ଏକ ନାଳ ପାଖରେ ତା’ ସହିତ ବାରମ୍ବାର ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା ସେ ପ୍ରକାଶ କରିଥିଲେ। ଏ ନେଇ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ୨୪ ତାରିଖରେ ବେଲଘର ଥାନାରେ ଅଭିଯୁକ୍ତ ନାବାଳକ ବିରୋଧରେ ଏତାଲା ଦେଇଥିଲେ। ତତ୍କାଳୀନ ବେଲଘର ଥାନା ଅଧିକାରୀ ଦୀପକ କୁମାର ରାଉତ ତୁରନ୍ତ  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ନାବାଳିକାଙ୍କୁ ଜି. ଉଦୟଗିରି ସୁଭଦ୍ରା ମହତାବ ସେବା ସଦନକୁ ସ୍ଥାନାନ୍ତର କରାଯାଇଥିଲା। ଅକ୍ଟୋବର ୬ ତାରିଖରେ ନାବାଳିକା ଏକ ମୃତ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାର ଦୁଇ ଦିନ ପରେ ନାବାଳିକାଙ୍କ ଶରୀର ଭୀଷଣ ଅସୁସ୍ଥ ହେବାରୁ ଜି. ଉଦୟଗିରି ଡାକ୍ତରଖାନାକୁ ନିଆଯାଇଥିଲା। ପରଦିନ ସେଠାରେ ତାଙ୍କର ମୃତ୍ୟ ହେଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବୁଧବାର ଅଦାଲତ ଏହି ମାମଲାର ବିଚାର କରି ମୃତ ଶିଶୁ ପୁତ୍ର, ମୃତ ପୀଡିତା, ଅଭିଯୁକ୍ତର ଡିଏନଏ ରିପୋର୍ଟ ଓ ୨୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ନାବାଳକକୁ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories